STORYMIRROR

Ajaya Mahala

Tragedy

2  

Ajaya Mahala

Tragedy

ଅଵଳା, ସର୍ତ୍ତ ବି ରଖି ଜାଣିଲୁନି

ଅଵଳା, ସର୍ତ୍ତ ବି ରଖି ଜାଣିଲୁନି

1 min
13.7K


ମନର କବିତା ୟେ

ତୋ ମାନର କବିତା

ତୋ ମଉଳା ମନର

ୟେ ଦମ୍ଭ କବିତା

"କ", "ବି", "ତା "

ତିନି ଅକ୍ଷର ଲୁଚିଛି

ମାନ ବି କ ତା ରେ

ଆଉ ପାଶ ବି କ ତା ରେ ବି

କି ଭୁଲ କଲୁ ତୁ

କଂସେଇ ହାତରେ

ଭରସାକୁ ମାପି ଦେଇ

ସକାଳ ହେଲେ

କେତେ ଶୀଘ୍ର ଭୁଲି ହୁଏ

ଗଲା ରାତିର ମୁହଁ ସବୁ

ଦିଆ ନିଆ, କଥା ସବୁ

ପିଆଇ ମୁନ୍ଦାଏ

ପ୍ରେମ ବର୍ଷାନୀର

ସର୍ତ୍ତ ମାଗିନେଲୁ

ଚାତକଠୁଁ

ଲିଭାଇ ଦେବାକୁ ପ୍ରକୋପ

ଶତ ଦୁର୍ଭିକ୍ଷର

ଅଵଳା ତୁ

ଅଵଳା ରହିବୁ

ଶୃଗାଳ କୁ

ବଉଳା ଭାବିବୁ

ଭୁଲ କରୁଥିବୁ

ବାରମ୍ବାର

ସମର୍ପିତ କରୁଥିବୁ

ସର୍ବସ୍ବ

ନ ରଖି କା ଚୁଟି

ନିଜ ହାତରେ

ଭାସୁ ଥିବୁ

ଜୀବନର କରାଳ ସୁଅରେ

ପ୍ରତିଶ୍ରୁତିର

ସରୁ ଝୋଟଖିଅ

ସାହାରାରେ

ଏତେ ବଡ ସୌଦା ତୋର

ଏ ନିଷ୍ଠୁର ଲୋଳୁପତା ସହ

ତଥାପି ସର୍ତ୍ତ ବି

ରଖି ଜାଣିଲୁନି

ପାଇ ସାରିଥାନ୍ତୁ ସିନା

ଆଗ ତୋ ଇପ୍ସିତ ସ୍ବପ୍ନ

ଦେବା ଆଗରୁ

ନାରୀତ୍ୱର ମହାମୂଲ୍ୟ

ପ୍ରଥମେ ମାଗି ନେଇଥାନ୍ତୁ ସିନା

ପବିତ୍ର କାର୍ତ୍ତିକର

କୋଟି ମହାପୁଣ୍ୟ

ଯାଚି ଦେବା ଆଗରୁ

ଦିନକର ଛାଡଖାଇ

ପଶୁତ୍ୱର

ଆମିଷ ହୋଲିର

ପୂନା, ୬ ମେ ୨୦୧୭


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy