STORYMIRROR

Panchanan Jena

Inspirational

4  

Panchanan Jena

Inspirational

ଅଲିଭା ସ୍ଵାକ୍ଷର

ଅଲିଭା ସ୍ଵାକ୍ଷର

1 min
6

କବିତା - ଅଲିଭା ସ୍ବାକ୍ଷର
ରଚନା - ପଞ୍ଚାନନ ଜେନା
ତାରିଖ -୦୪-୦୬-୨୦୨୫

ଇତିହାସର ପୃଷ୍ଠା ଲାଗେ ଲେଲିହାନ
ଯୁଦ୍ଧର ବିଭୀଷିକା ହେଉ କି
 ସମରର ଦୁନ୍ଦୁଭି ନାଦ 
 ମହାସମରର କ୍ଷୟକ୍ଷତି ପ୍ରମାଦ
ସବୁଠାରେ ରକ୍ତର ହୋଲିଖେଳ
ରକ୍ତ ରଞ୍ଜିତ ପୃଷ୍ଠା ପରେ ପୃଷ୍ଠା
ସଭ୍ୟତାର ପତନ ଉପରେ ପୁଣି ଗଜୁରେ 
ପରାକ୍ରମୀ ସଭ୍ୟତାର ବିଜୟ ବୈଜୟନ୍ତୀ ଫରଫର ଭଡ୍ଡିୟମାନ କରି ଜୟଗାନ

ଇତିହାସର ପୃଷ୍ଠା ଖୋଲେ ବିପ୍ଲବର ଆର୍ତ୍ତନାଦେ
ନିଆଁର ଉଦ୍ଭାବନ ହେଉ କି ଚକର ଆବିଷ୍କାର
ପୁନଃର୍ଜାଗରଣ ବା ମେସିନ୍  ବିପ୍ଳବ କଥା ଭାବି ପାର 
ଫରାସୀ ରୂଷ୍ ବିପ୍ଳବର ଲମ୍ବା ପଟୁଆର
ସବୁଜ ଶ୍ଵେତ ନୀଳ ବିପ୍ଲବର ଆଧୁନିକ ସ୍ୱର
ପରିବର୍ତ୍ତନ ନାମରେ ପରିଚିତ
ଆମୂଳଚୂଳ ପଟ୍ଟ ପରିବର୍ତ୍ତନ ଆଣିଛନ୍ତି ଦୃଶ୍ୟପଟେ
ଆବିଷ୍କାର ଉଦ୍ଭାବନର ଦ୍ବାହି ଦେଇ
ରାଜତନ୍ତ ଏକଛତ୍ରବାଦକୁ ହଟେଇ
ଗଣତନ୍ତ୍ର ଲୋକତନ୍ତ୍ର ରୁପରେ ଶାସନତନ୍ତ୍ର
ଡେଙ୍ଗୁରା ଆଚ୍ଛାଦେ

ଇତିହାସର ରାସ୍ତା ବଦଳେ ସ୍ଵାଧୀନତା ସଂଗ୍ରାମର ତାଳେ ତାଳେ
ଦେଶମାତୃକାର ଡାକରା ଡାକରେ
ଦେଶପ୍ରେମୀମାନେ ଛାତି ପତେଇ ଦିଅନ୍ତି
ଅକାଳରେ ଝରି ପଡନ୍ତି 
ବାଜି ରାଉତ ଲକ୍ଷ୍ମଣ ନାୟକ କହିପାର
ତାନ୍ତିଆ ଟୋପେ ଭଗତ୍ ସିଂହ ଭାବିପାର
କେତେ ବଳିଦାନ କେତେ ଲହୁ ଲୁହାଣ
କେତେ ରକ୍ତତୀର୍ଥ କେତେ ଗୁଳିବର୍ଷଣ
କେବଳ ଦେଶକୁ ବିଦେଶୀ କବଳରୁ
ପରାଧୀନତାର ଶୃଙ୍ଖଳରୁ ମୁକ୍ତ କରିବାକୁ ଏକତା

ବହୁତ ରହିଗଲେ ବଣମଲ୍ଲୀ ନ୍ୟାୟରେ
 ଅନାଲୋକିତ ଇତିହାସ ଆଇନାରେ
ସମୟ ଆସିଛି ସେହି ବୀର ସନ୍ତାନମାନଙ୍କୁ
ଖୋଜି ବାହାର କରିବା
ସେହି ଚିର ଅମର ଭାସ୍ୱର ବିପ୍ଳବୀ ମାନଙ୍କୁ 
ଚିହ୍ନିତ ପରିଚିତ କରେଇବା 

ଇତିହାସର ନୁହଁଇ କେବଳ ଧନୀଙ୍କର କଳେବର 
ନୁହେଁ ପୁଞ୍ଜିପତି ରାଜା ରାଜୁଡାର ଧରୋହର
ସାଧାରଣ ଜନତାଙ୍କ ପାଇଁ କିଛି ପୃଷ୍ଠା ଖାଲି ଥାଉ
ପ୍ରାତଃ ସ୍ମରଣୀୟ ସ୍ଵାଧୀନତା ସଂଗ୍ରାମୀ ମାନଙ୍କ ବଳିଦାନ ସୂର୍ଣ୍ଣାକ୍ଷରେ ଲିପିବଦ୍ଧ ହେଉଥାଉ

ଇତିହାସ ଏହି ସବୁ ଅଖୋଜା ଅଲୋଡ଼ାମାନଙ୍କୁ ଛାପିଲେ ହେବ ଜାତୀୟ ନିର୍ଝର
ମଣିଷ ଜାତି ପାଇଁ ନିଶ୍ଚୟ ସାଜିବ
ଅଲିଭା ସ୍ବାର  ପ୍ରେରଣାଦାୟୀ ସ୍ବାକ୍ଷର ।

ମୂକସାକ୍ଷୀ ଗ୍ରାମ ଦେବତୀ ଶାଳଗ୍ରାମ
ଲେଖି ରଖିଛି ଇତିହାସ
କାଳ କାଳକୁ ସେହି ସମରାଭ୍ୟାସ
ସେହି ବିପ୍ଲବ ସେହି ସଂଗ୍ରାମର ରକ୍ତଛିଟା
ଧ୍ୱଂସସ୍ତୁପ ଉପରେ ଆଧାରିତ ବିଶ୍ଵାସର ଘନ ଘଟା
ସଭ୍ୟତାର ଉତ୍ଥାନ ପତନ ଭିତରେ
 ମଣିଷଙ୍କ କ୍ରମବିକାଶ ଭିତରେ 
ଅନବରତ ଚଲେଇ ରଖିଛି କ୍ରମବର୍ଦ୍ଧିଷ୍ଣ ସଭ୍ୟତାର
ମହାଯାତ୍ରା
ସୃଷ୍ଟିର ବିବର୍ତ୍ତନ ଠାରୁ ଅଧୁନାନ୍ତର ପର୍ଯ୍ୟନ୍ତ
ବଣମଣିଷ ଠାରୁ ମହାମାନବ ପର୍ଯ୍ୟନ୍ତ ଜୟଯାତ୍ରା |


Rate this content
Log in

Similar oriya poem from Inspirational