STORYMIRROR

A P Subhakanta Samal

Abstract Others

3  

A P Subhakanta Samal

Abstract Others

ଅକ୍ଷୟ ତୃତୀୟା

ଅକ୍ଷୟ ତୃତୀୟା

1 min
13.9K


ଓଡିଆ ନବବର୍ଷର ତୃତୀୟ ଦିବସ

ଅକ୍ଷୟ ତୃତୀୟା ପାଳିଥାଏ ସାରା ଦେଶ।

ଅକ୍ଷୟ ତୃତୀୟାରେ କଲେ କାର୍ଯ୍ୟ ଅନୁକୂଳ

କାର୍ଯ୍ୟ ଶେଷେ ମିଳିଥାଏ ଅତି ଶୁଭ ଫଳ।

ବଡ ପର୍ବ ଅଟେ ଏହା ପ୍ରତି କୃଷକର

କୃଷକ ଦିବସ କଲେ ଓଡିଶା ସରକାର।

ସକାଳେ କ୍ଷେତରେ ମୁଠି ଅନୁକୂଳ ଦିଆ

ପିଠା ପଣା ସହ ସଂଜେ ହୁଏ ମୁଠି ଛୁଆଁ।

ଜଗନ୍ନାଥ ସଂସ୍କୃତିରେ ରହିଛି ମହତ୍ତ୍ଵ

ରଥକାଠ ଅନୁକୂଳ ଓ ଚନ୍ଦନ ଯାତ।

କେନ୍ଦ୍ରାପଡା ମନ୍ଦିରରେ ପ୍ରଭୂ ବଳଦେବ

ଏହି ଦିନ କରିଥାନ୍ତି ବିବାହ ଉତ୍ସବ।

ଏହି ଦିନୁ ଆରମ୍ଭ ତ୍ରେତୟା ଯୁଗ ଜାଣ

ଗଙ୍ଗା କରିଥିଲେ ପୁଣି ଧରାବତରଣ।

ଗଣେଶଙ୍କ ସାଥେ ବ୍ୟାସ ରଚିଲେ ମହାଭାରତ

ଜନ୍ମ ନେଇଥିଲେ ପର୍ଶୁରାମ ଓ ବଦ୍ରିନାଥ।

ଅଜ୍ଞାତବାସେ ଶ୍ରୀକୃଷ୍ଣ ଖାଇ ଶେଷ ଅନ୍ନ

ଦ୍ରୌପଦୀଙ୍କୁ ଅକ୍ଷୟ ପାତ୍ର କରିଲେ ପ୍ରଦନ।

ଜନ୍ମିଥିଲେ ବ୍ରହ୍ମପୁତ୍ର ଅକ୍ଷୟ କୁମାର

ନାମିତ ହୋଇଛି ଏହା ତାଙ୍କରି ନାମର।

ଶିବ କରିଥିଲେ ଆଜି କୁବେରଙ୍କ ସୃଷ୍ଟି

ତାଙ୍କୁ ଆରାଧନା କଲେ ହୁଏ ଧନବୃଷ୍ଟି।

ଯଦି ପଡେ ରୋହିଣୀ ନକ୍ଷତ୍ର ସୋମବାର ଦିନ

ଅତି ପୁଣ୍ୟଫଳ ଦେଇଥାଏ ଗଙ୍ଗା ସ୍ନାନ।

ଲେଖନୀ ମାଧ୍ୟମେ ଜଣାଏ ଅଭିନନ୍ଦନ

ଧନଧାନ୍ୟେ ଭରିଯାଉ ସଭିଙ୍କ ଜୀବନ।

ସହାୟତା :-

ତଥ୍ୟ- bhubaneswarbuzz.com

        ମାନସୀ ପରିଡା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract