STORYMIRROR

A P Subhakanta Samal

Inspirational

2  

A P Subhakanta Samal

Inspirational

ମାଆ

ମାଆ

1 min
13.9K


ଧନ ଦଉଲତ ଲୋଡ଼ା ନାହିଁ ମୋର

ମୋ ପାଖେ ମା ଅଛି,

ଜୀବନ୍ତ ମୂର୍ତ୍ତି ସ୍ନେହ ମମତାର

ପଣତରେ ଖୁସି ଦିଏ ବିଞ୍ଚି।


ଛୋଟପିଲା ବେଳେ କରୁଥିଲି

ଯେତେବେଳେ ବି ମୁଁ ଅଳି,

ଆକଟ କରିଛି ମୋତେ

ଦେଇ ସ୍ନେହବୋଳା ଗାଳି।


ଯଦିକେବେ ରାଗିଯାଏ ମୁଁ

ସେ ମୋତେ ମନାଏ,

ଗାଳି ରେ କନ୍ଦାଏ ପୁଣି

କେବେ ହସାଏ।


କୋଳରେ ଶୁଆଇ କେତେ ଯେ

କାହାଣୀ ସେ କହେ,

ପ୍ରଥମ ଗୁରୁ ରୂପରେ

ଅକ୍ଷର ଶିଖାଏ।


ଆମ ପାଇଁ ଭୁଲିଲା ସେ

ସମୟର ଜ୍ଞାନ,

ଆମ ସଫଳତା ତା 

ପରିଶ୍ରମ ଦାନ।


ଜୀବନ ରେ ଯାଇଛି ଯେବେ

ତା ଠାରୁ ଦୂରେଇ,

ସବୁଥର ସ୍ମୃତି ତାର

ଆଣିଛି ଫେରାଇ।


ଦୁନିଆରେ ଈଶ୍ୱର ଠୁ

ବଡ ଅଟେ ମା,

ଈଶ୍ୱର ବି ଜାଣନ୍ତି ସେ(ମୋ ପାଇଁ)

ତାଙ୍କଠୁ ଅଧିକା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational