STORYMIRROR

A P Subhakanta Samal

Others

2  

A P Subhakanta Samal

Others

ସତରେ କଣ ମୁଁ ତାକୁ ଭଲପାଏ!

ସତରେ କଣ ମୁଁ ତାକୁ ଭଲପାଏ!

1 min
13.5K


ନା ସେ ଜାଣେ ନା ମୁଁ ଜାଣେ

ତାକୁ ଦେଖିଲେ ମତେ କାହିଁକି ଏମିତି ଲାଗେ

ସତରେ କଣ ମୁଁ ତାକୁ ଭଲପାଏ!

ଶ୍ରେଣୀରେ ଏତେ ପିଲା ଥିଲା ବେଳେ

ସେ ନଥିଲେ ମୋର ପାଠ ପଢ଼ାରେ ମନ ନ ଲାଗେ

ସତରେ କଣ ମୁଁ ତାକୁ ଭଲପାଏ!

ତା କଥା ମନେ ପଡିଗଲେ

ଚାଲୁ ଚାଲୁ ଝୁଂଟେ, ସାହିତ୍ୟ ବଦଳେ ଇଂରାଜୀ ଲେଖେ

ସତରେ କଣ ମୁଁ ତାକୁ ଭଲପାଏ!

ମୋର ସବୁ ଖାତା ବହିର ପଛରେ

ଅନାବନା ଲେଖା ରେ ମୋ ନାଁ ସହିତ ତା ନାଁ ଯୋଡ଼େ

ସତରେ କଣ ମୁଁ ତାକୁ ଭଲପାଏ!

ତା କଥା କେହି ପଚାରିଲେ ମୋତେ

ତା ରୂପ ଶୋଭା ମନଲୋଭା ପାଗଳଙ୍କ ପରି ଗପିଚାଲେ

ସତରେ କଣ ମୁଁ ତାକୁ ଭଲପାଏ!

ମୋର ପ୍ରତ୍ୟେକ ଭୂଲ ରେ 

ସେ କରୁଥିବା ଗାଳି ମୋତେ ଭଲଲାଗେ

ସତରେ କଣ ମୁଁ ତାକୁ ଭଲପାଏ!

ରାତିରେ ଶୋଇଗଲା ପରେ

ମୋ ସପନ ରେ ତା ପ୍ରତିଛବି ନାଚେ

ସତରେ କଣ ମୁଁ ତାକୁ ଭଲପାଏ!

ଦୁନିଆ ଆଗରେ ନିଜକୁ ନିର୍ଲଜ କହିବୁଲେ

କିନ୍ତୁ ତା ଆଗରେ କେଇପଦ କଥା କହିବାକୁ ଲାଜ ଲାଗେ

ସତରେ କଣ ମୁଁ ତାକୁ ଭଲପାଏ!

ତଥାପି ଆଶା ବାନ୍ଧିଛି ମନେ

ମୋର ଏ ପ୍ରଶ୍ନର ଉତ୍ତର ସେ ଦେବ ଦିନେ

ସତରେ କଣ ମୁଁ ତାକୁ ଭଲପାଏ?


Rate this content
Log in