STORYMIRROR

A P Subhakanta Samal

Others

2  

A P Subhakanta Samal

Others

ଈଶ୍ୱର କର କିଛି ଚମତ୍କାର

ଈଶ୍ୱର କର କିଛି ଚମତ୍କାର

1 min
13.4K


ତୁମ ସହିତ ସମ୍ପର୍କ ଏଇ କିଛି ଦିନର

ସ୍ମୃତି ରହିଛି ଅନେକ ଆମର

ତୁମ ପ୍ରତି ଥିବା ଭାବନା ସବୁ ହୋଇଛି ଦୂର।

ତୁମକଥା ଭାବି ଭାବି

ରୂପଶୋଭା ବର୍ଣ୍ଣନା କରି ହୋଇଗଲିଣି କବି

ତୁମେ ମୋ ପ୍ରେମ ମନ୍ଦିରର ଦେବୀ।

ପାଠପଢା ବୟସ ମୋର

ମନ ଜମା ରହୁନି ସ୍ଥିର

ଅମାନିଆ ଖୋଜୁଛି ତୁମକୁ ବାରମ୍ବାର।

ରାତିରେ ଯେବେ ଯାଏ ମୁଁ ଶୋଇ

ସପନ ଦେଖେ ତୁମକୁ ନେଇ

ତୁମକୁ ଦେଖି ଦେଖି ଜାଣେନା ରାତି ଯାଏ ପାହି।

ମନରେ ସାହସ ସଞ୍ଚୟ କରି

ଯାଇଛି ତୁମ ଆଗକୁ ଅନେକ ଅଭ୍ୟାସ କରି

ତଥାପି ତୁମ ଆଗରେ ଯାଏ ମୁଁ ଡରି।

ତୁମ ଆଗେ କହିଛି ଅନେକ କଥା

କହିପାରିନି କେବେ ମୋ ମନ କଥା

ହୃଦୟରେ ଚାପି ରଖି ପାଉଛି କେତେ ଯେ ବ୍ୟଥା।

ଜାଣିଛି ଏବେ ଯଦି ମୁଁ କରିବି ଡେରି

ଉଡାଇନେବ କିଏ ତୁମକୁ ଫୁର୍ର କରି

ରହିବାକୁ ପଡିବ ତୁମ ବିନା ଭାଗ୍ୟକୁ ଆଦରି।

ବିନତୀ କରୁଛି ହେ ଈଶ୍ବର

ଆମ ସମ୍ପର୍କରେ କରନ୍ତୁ କିଛି ଚମତ୍କାର

ତୁମେ ବୁଝିଯାଅ ମୋ ମନର ସ୍ୱର।



Rate this content
Log in