Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sunanda Mohanty

Abstract Classics Inspirational

3  

Sunanda Mohanty

Abstract Classics Inspirational

ଅକ୍ଷି ତୃତୀୟା

ଅକ୍ଷି ତୃତୀୟା

1 min
202



ଘୁମେଇ ପଡିବା ଆଗରୁ ରାତି 

ମାଗେ କେତେ ପ୍ରତିଶ୍ରୁତି 

କାଲି ପରା ଅକ୍ଷିତୃତୀୟା ଆସୁଛି 

ଉଠହେ ବଢ଼େଇ ଜାତି ।


ସବୁବର୍ଷ ପରି ଏବର୍ଷ ଶୁଭ ଅନୁକୂଳେ 

ଗଡିବ ରଥ ମାଉସୀମାଆ କତି 

ଜଗା ସଙ୍ଗେ ବଡଭାଇ ବଳଭଦ୍ର 

ସଙ୍ଗେ ସୁଭଦ୍ରା ତିନିମୂର୍ତ୍ତୀ ।


ନବ ଦିନ ପରେ ଫେରିଲେ ସିଂହଦ୍ୱାରେ 

ହେବ ସୁନାବେଶ ନିତିକାନ୍ତି 

ମାଆ ମାଉସିଏ କରନ୍ତି ଘଡି ପଥୁଲିରେ 

ଚିତ୍ର ଓ ଚିତ୍ରପଟ ଜାତିଜାତି ।


ସଜାଡି ଥୋଇବେ ଫୁଲ ଫଳେ ଭରି 

ଖୁସିରେ ମାଗିବେ ଶିଶୁ କୋମଳମତି 

ନିଶବ୍ଦ ରାତି ଟା କରାଲେଉଟାଏ 

ଚାଷୀପୁଅ ମୁଠି ଅନୁକୂଳ କରେ ପ୍ରସ୍ତୁତି ।


ଆଖିକୁ ତାହାର ନିଦ ଆସୁନାହିଁ 

ଦିବାସ୍ବପ୍ନ ରେ ଏଵେ ତା ଭୀତି 

ଜମି ତା ପ୍ରେମିକା ଚାଷ ତା ପ୍ରେମିକ 

ରାତି ତାର ଅସରନ୍ତି ।


ସ୍ବପ୍ନସବୁ ତାର ରାତି କୁ ମାଗୁଛି 

ବୈଶାଖ ମାସର ତୃତୀୟା ତିଥି 

କୁଆଁ ତାରା ତାକୁ ଚାହଲେଇ ଦିଏ 

ରାତିର ଛାତିରେ ଛନକା ଅତି ।


ସକାଳ ପାଇଲେ ଅକ୍ଷିମୁଠି ସାଥେ 

କ୍ଷେତ ରେ ଯିବ ସେ ମାତି 

ସିନ୍ଦୁରା ଫାଟିଲା କା କୁଆ କଲା 

ବିବାହ ବ୍ରତ ଘରପ୍ରତିଷ୍ଠାରେ ଶାନ୍ତି ।


ସଭିଏଁ କହନ୍ତି ଅକ୍ଷିତୃତୀୟା ରେ 

ପାଞ୍ଜି ର ନାହିଁ ସ୍ଥିତି 

ଅକ୍ଷିତୃତୀୟା ସେ ସ୍ୱୟଂସଂପୂର୍ଣ୍ଣା 

ଅତୀତ ବର୍ତ୍ତମାନ ଭବିଷ୍ୟତ ଯାଉ ବିତି ।


ପର୍ବ ଭିତରେ ନିଆରା ତୃତୀୟା 

ଫରକ ନପଡେ଼ ଦିନ କି ରାତି 

ଅକ୍ଷିତୃତୀୟା ର ଆନନ୍ଦ ଉଲ୍ଲାସ 

କେବେବି ନହେଉ ସ୍ମୃତି ।


ଅକ୍ଷିତୃତୀୟାରେ ଚାପ ଖେଳିବାକୁ 

ଡ଼ାକିଲାଣି ଆସ ସାଙ୍ଗସାଥି 

ସୁଦର୍ଶନ ଙ୍କ ସଙ୍ଗେ ଚାଲନ୍ତି ପ୍ରତିମା 

ନରେନ୍ଦ୍ରରେ ଚନ୍ଦନଜାତରେ ଯିବେ ମାତି l



Rate this content
Log in

Similar oriya poem from Abstract