STORYMIRROR

Santosh Kumar Ojha

Inspirational Others

2  

Santosh Kumar Ojha

Inspirational Others

ଅକାଟ୍ୟ ଅକଥା

ଅକାଟ୍ୟ ଅକଥା

1 min
115

ଅବୁଝା ଏ ମନ

ଅଲୋଡ଼ା ଜୀବନ

ଅମାନିଆଁ ଏଇ ଲୁହ ,

ଅଭୁଲା ସପନ

ଅସରନ୍ତି ଦିନ

ଅବୋଲକରା ଏ କୋହ ।

ଅଫେରା ପ୍ରେମର ସୁଅ ।

ଅବାଟ ଠିକଣା

ଅନେକ ଯାତନା

ଅଛିଣ୍ଡା ପ୍ରେମର ପାଠ ,

ଅଜାଗାର କ୍ଷତ

ଅଭୁଲା ଅତୀତ

ଅଲିଭା ମନ ସିଲଟ ।

ଅଜାଣତେ ଦିଏ କଷ୍ଟ ।

ଅଳପ ଆଘାତେ

ଅନେକ ଯନ୍ତ୍ରଣା

ଅଧା ଶୁଖି ଥିବା ଘା' ,

ଅତିଶୟ ଦୁଃଖ

ଅବିଶ୍ବାସେ କେବେ

ଅନୁଜା ହୋଇଲେ ଯା' ।

ଅଣାୟତ ସୁଖ ବା' ।

ଅଦିନ କୁହୁଡ଼ି

ଅବେଳରେ ଝଡ଼ି

ଅସମୟେ ନଈ ବଢ଼ି ,

ଅଜଣା ଅତିଥି 

ଅସତ ସମ୍ପତ୍ତି 

ଅଢଙ୍କା ସାପର ପେଡ଼ି ।

ଅକାଳକୁ ଆଣେ ଭିଡ଼ି ।

ଅକାରଣେ ଯୁକ୍ତି

ଅଯଥା ଅଶାନ୍ତି

ଅକଥାରେ କଥା ହେଲେ,

ଅଧିକ ପୀରତି

ଅଶ୍ରୁର ସାରଥି

ଅନ୍ତରୁ ଅନ୍ତର କଲେ

ଅଧା ବାଟେ ଛାଡ଼ି ଗଲେ ।

ଅପାତ୍ରରେ ଦାନ

ଅନ୍ଧାରେ ଭୋଜନ

ଅସାଧୁ ପ୍ରେମେ ବନ୍ଧନ,

ଅବିଦ୍ୟା ଗ୍ରହଣ

ଅସ୍ଥାନେ ଗମନ

ଅଯାଚିତ ସନମାନ ।

ଅବୋଧରେ ଅପମାନ ।


Rate this content
Log in

Similar oriya poem from Inspirational