STORYMIRROR

DILIP KUMAR SAHOO

Romance

3  

DILIP KUMAR SAHOO

Romance

ଅଜଣା ପୁଲକ

ଅଜଣା ପୁଲକ

1 min
166


ଅଜଣା ପୁଲକ ଭରିଦେଲ ତୁମେ

ପ୍ରଥମ ପରଶ ଦେଇ

ହଜାର ସପନ ଭରିଦେଲ ତୁମେ

ଆଖିକୁ ମିଶେଇ ଦେଇ

ସାତ ସାଇତା ମୋ ମନ ହୃଦୟକୁ

ତୁମେ ତ ଯାଇଛ ନେଇ ।


ନିଦୁଆ ଆଖିରୁ ନିଦ ଚୋରି କର

ଶୋଇବାକୁ ଯାଏ ଯେବେ

ବହଳ ନିଦରେ ତୁମକୁ ମୁଁ ଖୋଜେ

ପାହାନ୍ତି ନିଦରେ ଭାବେ

ନିଦ କରେ ବାଦ ବାଦ ଅପବାଦ

ନିଦରେ ପାରେନି ଶୋଇ 


ତୁମରି ଗପରେ ତୁମରି ଗୀତରେ

ମୋତେ ମୁଁ ଦେଖୁଛି ନିତି

ବାଟ ଚାଲୁଚାଲୁ ତୁମ କଥା ଭାବି

କେତେ ମୁଁ ପଡୁଛି ଝୁଣ୍ଟି

ତୁମ କାହାଣୀରେ ତୁମ ଚାହାଣୀରେ

ଯାଏ ମୁଁ କବିତା ହୋଇ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance