STORYMIRROR

Chittaranjan Lenka

Inspirational

2  

Chittaranjan Lenka

Inspirational

ଅହଂ ଭାବ

ଅହଂ ଭାବ

1 min
13.2K


ସତ କଥା ଏହା       ବିଧି ଇଛା ବିନା

ପତ୍ରଟେ କଅଁଳେ ନାହିଁ

ହେଲେ ଆମେ ସବୁ  ଗରବରେ ଅନ୍ଧ

ବୁଝିବା ଶକତି କାହିଁ?(1)


ଧନ ସାଙ୍ଗେ ପଦ     ଆଣେ ଅହଂ ଭାବ

ସତକୁ ଲୁଚାଇ ଦିଏ

ଏହାର ପ୍ରଭାବ       ଅଧିକାଂଶ ସ୍ଥଳେ

ସମାଜ ବିଦ୍ରୋହୀ ହୁଏ(2)


କେତେକ ଭାବନ୍ତି     ଯାହା ମୁଁ ଚାହିଁବି

କରିବି କଳେ ବା ବଳେ

ସଫଳ ତ କିଛି       ହୋଇଥାନ୍ତି କିଏ

ପଡିଯାଏ ନିଜ ଜାଲେ(3)


ଅସୁବିଧା ହେଲେ     ଭାଗ୍ୟକୁ ନିନ୍ଦନ୍ତି

କିଏ ନିନ୍ଦେ କରମକୁ

ସେତେବେଳେ ନିଜ  ଅହଂ ଭାବ ସବୁ

ଖସି ଆସଇ ତଳକୁ(4)

ସୁଖ ଯିଏ ଦିଏ       ଦୁଃଖ ସିଏ ଦିଏ

ମନେ ରଖ ମୋର ମିତ

ନିଜ ଅହଂ ଭାବ      ତ୍ୟାଗ କରିଦିଅ

ଦୁଃଖେ ନ ହୁଅ ବିବ୍ରତ(5)


ଚିତ୍ତ ରଞ୍ଜନ ଲେଙ୍କା (କଟକ)©


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational