STORYMIRROR

Birakishore Nayak

Tragedy Inspirational

3  

Birakishore Nayak

Tragedy Inspirational

ଅଧୁରା ସ୍ୱପ୍ନ

ଅଧୁରା ସ୍ୱପ୍ନ

1 min
367

ଜୀବନ ଏମିତି ସ୍ୱପ୍ନରେ ଭାସେ

   ଆଙ୍କେ କଳପନା ଛବି,

ସେଇଥିରେ ଭରା ଅସରା ଆହ୍ୱାନ

   ରହିବାକୁ ତାକୁ ବଞ୍ଚି |


ସପନ ନଥିଲେ ଜୀବନର ସ୍ୱାଦ

   ବୁଝିହୁଏ ନାହିଁ କେବେ,

ପାଉ ବା ନପାଉ ହେଉ ବି ଅଧୁରା

   କିଛି ବି ପୂର୍ଣ୍ଣତା ଲଭେ |


ବଡ ହେବା ପାଇଁ ସପନ ଦେଖେ ସେ

   ଆଶା ଗଢିବାକୁ ତାଜ,

ପ୍ରୀତିର ସ୍ମୃତିରେ ଗଢିବାକୁ ଇଚ୍ଛା

   ହୋଇ ଜଣେ ଅଧିରାଜ |


ପହିଲି ଯୌବନେ ଦେଖେ ସେ ସପନ

   ସାଥିଟିଏ ଅନୁପମା,

କେତେ ଯେ ରଜନୀ ସ୍ୱପ୍ନ ଭରିଥାଏ

   ଆସି ତାର ପ୍ରିୟତମା |


କାହାର କଳ୍ପନା ସଫଳ ହୁଅଇ

   କିଏ ଲଭେ ବିଫଳତା,

କାହା ଆକାଶରେ ଜୋଛନା ଖେଳଇ

   କାହା ପାଇଁ ଅମାବାସ୍ୟା |


ତଥାପି ମଣିଷ ଭାଙ୍ଗିଯାଏ ନାହିଁ

   ଅଧୁରା ସପନ ପାଇଁ,

ଏମିତି ଗଢ଼ା ଯେ ମଣିଷର ମନ

   କେବେ ମରିଯାଏ ନାହିଁ |


ସତେ କି ଯେମିତି ସ୍ଵଭାଵ ତାହାର

   ଭାଙ୍ଗି ବି ଗଢ଼ଇ ନୂଆ,

ପୂର୍ଣ୍ଣତା ଆଶାରେ ଧାଉଁଥାଏ ସଦା

  ସପନ ତା ଅମାନିଆ |


ଅଧୁରା ସପନ ହୋଇଥାଏ ସଦା

  ସଫଳତା ପାଇଁ ସ୍ତମ୍ଭ,

ବିଫଳତା ଦିଏ ବିଜୟର ସ୍ୱାଦ

  ମନେ ଭରି ଦୃଢ଼ ଦମ୍ଭ |


କାହା କାହା ମନେ ଅଧୁରା ସପନ

   କରଇ ଗଭୀର କ୍ଷତ,

ଜୀବନେ ଭରଇ ଅସହ୍ୟ ଯନ୍ତ୍ରଣା

   ଚେଇଁ ଚେଇଁ ସେ ଅତୀତ |


କାହା ଜୀବନରେ ଶତ ପ୍ରତିଶତ

   ସ୍ୱପ୍ନ ହୁଏ ନାହିଁ ସତ୍ୟ,

ଅଧୁରା ସପନ ହୋଇଯାଏ କିଛି

   ଦେଇ ଜୀବନେ ଆଘାତ |



Rate this content
Log in

Similar oriya poem from Tragedy