Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

DILIP KUMAR SAHOO

Romance

4  

DILIP KUMAR SAHOO

Romance

ଅଧୁରା କାହାଣୀ

ଅଧୁରା କାହାଣୀ

1 min
535


କାହାଣୀ ତ ସବୁ ଅଧା ରହିଗଲା

ସରିବା ଆଗରୁ ଗପ

ତେଲ ସରି ନାହିଁ ସଳିତା ସରିନି

ଲିଭିଲିଭି ଗଲା ଦୀପ ।


ଯୋଛନା ତୁମକୁ ବାଦ କରୁଥିଲା

ନପାରି ତୁମକୁ ସହି

ମୋ ମନ ଆକାଶେ ହସୁଥିଲ ବୋଲି

ନୀଳ ଜହ୍ନ ତୁମେ ହୋଇ

ଅନ୍ଧକାର ଥିଲା ମୋ ପାଇଁ ସୁନ୍ଦର

ଆଲୁଅ କରିଲା କୋପ

ଅଧୁରା ରହିଲା ଗପ ।


ଚିହ୍ନି ମୁଁ ନଥିଲି ଚିହ୍ନାଚିହ୍ନା କହି

ତୁମେ ଆସି ଚିହ୍ନା ଦେଲ

ଚିହ୍ନିଲା ବେଳକୁ ଚିହ୍ନ ରଖିଦେଇ

ମନ ରୁ ମୋ ଚାଲିଗଲ 

ଜାଣି ମୁଁ ନଥିଲି ମନ ଦେଇ ମନ

ଜିଣିବାଟା ଭାରି ପାପ 

ଅଧୁରା ରହିଲା ଗପ ।


Rate this content
Log in

Similar oriya poem from Romance