STORYMIRROR

Mr.GAGAN BIHARI NAYAK

Romance Classics Fantasy

3  

Mr.GAGAN BIHARI NAYAK

Romance Classics Fantasy

ଅଧୁରା କାହାଣୀ

ଅଧୁରା କାହାଣୀ

1 min
121


ଅଧା ରହିଗଲା ଅଧୁରା କାହାଣୀ

ଗଲ ସାଥୀ ବହୁଦୂରେ

ସେ ଦିନୁ ଚାହିଁଚି ତୁମ ଫେରନ୍ତାକୁ

ନିଦ ନାହିଁ ଏ ଆଖିରେ ।


ନିରୋଳା ସମୟ ବିତିଛି ଅନେକ

ତୁମ ସାଥେ ବଗିଚାରେ

ଆମୋଦ ପ୍ରମୋଦେ ବିତିଛି ସମୟ

ମନେ ପକା ସାଥୀ ଥରେ

ଗୋଲାପ ତୋଳି ମୁଁ ଖୋସି ଦେଇଛି ତୋ

ମୁକୁଳା କବରୀ ପରେ ।


ମୂକ ପାନ୍ଥଶାଳା ସାକ୍ଷୀ ଥିଲା ଆମ

ପ୍ରଥମ ମିଳନ ରାତି

ତୁମେ ଗପୁଥିଲ ମୁଁ ଗଲୁ ଥିଲି 

ମନ ତଳେ ଭରା ତାତି

ଓଠ ଚୁମୁଥିଲା ପ୍ରୀତିର ପୀୟୁଷ

ଶିହରିତ ଦେହଟାରେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance