STORYMIRROR

Debadatta Jena

Romance Tragedy Thriller

3  

Debadatta Jena

Romance Tragedy Thriller

ଅଧିକାର

ଅଧିକାର

1 min
244

ଅଭିଯୋଗ ଯାହା କରେ ନାହିଁ ଜମା,

ଅଭିପ୍ରାୟ ତ ମୋର ଶୁଣି ନିଅ ଥରେ,

ଅଭିପ୍ରାୟର ମନ୍ତ୍ରେ ଅଭିମନ୍ତ୍ରିତ ସଦା,

ସେ ଅଭିପ୍ରେତର କାରଣ ଯେ ତୁମେ..!


ଅଭିଯୋଗ ମୋର ନାହିଁ ବୋଲି ଜାଣ,

ଅଭିନୟ ମୁଁ ଯେ କରେ ନାହିଁ କେବେ,

ଅଭିପ୍ରେରିତ ମୁଁ ସେ ମହାଭିଯୋଗର, 

ଅଭିଯୋଗର ଅନୁପ୍ରେରଣା ବି ତୁମେ..!


ମାନ ଅଭିମାନ ଭରା ଅବସାଦ ଚିତ୍ତେ

ମାନ ସନମାନ ଖୋଜେ ନାହିଁ କେବେ,

ସେ ଆତ୍ମ ଅଭିମାନର ନାହିଁ ଆତ୍ମତୃପ୍ତି,

ସ୍ୱାଭିମାନର ମାନ ସବୁ କିଛି ହିଁ ତୁମେ..!


ତୁମେ ମୋର ମାନ, ତୁମେ ମୋ ସମ୍ମାନ,

ସତ୍ବାଧୀକାରର ମାନେ,ସବୁ କିଛି ତୁମେ..!

      

#SM Boss


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance