Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sumitra Nayak

Tragedy

4  

Sumitra Nayak

Tragedy

ଅବ୍ୟକ୍ତ ଅଶ୍ରୁ

ଅବ୍ୟକ୍ତ ଅଶ୍ରୁ

1 min
453


ଆଜି ମଧ୍ୟ ଭାବିଲେ

    ଆଖି ବାଟ ଦେଇ 

        ସ୍ମୃତି ଗୁଡା ଝରି ଯାଏ।

ତୁମ ପ୍ରେମ ରେ 

    ବଶୀଭୂତ ମୁହୂର୍ତ୍ତ

       ଯାହା ଭାବ ପ୍ରବଣ କରୁଥିଲା ।


ଆଜି ମଧ୍ଯ ଭାବିଲେ 

     ସେ ସବୁ ଭୟଙ୍କର

          ପ୍ରତୀତ ହୁଏ।

ଆଜି ମଧ୍ୟ ଭାବିଲେ

    ଆଖି ବାଟ ଦେଇ 

        ସ୍ମୃତି ଗୁଡା ଝରି ଯାଏ ।


ତୁମ ସହ ବିତି ଯାଇଥିବା 

    ସେ ଅପୂର୍ବ 

       ମନୋହର ସମୟ। 

ଯାହା ଆଜି ଭାବିଲେ 

    ସେ ସବୁରୁ 

      ବିଶ୍ଵାସ ଉଠିଯାଏ। 

ଆଜି ମଧ୍ୟ ଭାବିଲେ

    ଆଖି ବାଟ ଦେଇ 

        ସ୍ମୃତି ଗୁଡା ଝରି ଯାଏ ।


ତୁମେ, ସମୟ, ଓ ଭଗବାନ 

     ସମସ୍ତେ ନିଷ୍ଠୁର 

         ମନେ ହୁଅନ୍ତି

ଆଜି ମଧ୍ୟ ଭାବିଲେ 

    ସେ ସବୁ ଦୁର୍ଘଟଣା 

       ପରି ମନେ ହୁଏ। 

ଆଜି ମଧ୍ୟ ଭାବିଲେ

    ଆଖି ବାଟ ଦେଇ 

        ସ୍ମୃତି ଗୁଡା ଝରି ଯାଏ ।


ଯଦି କେବେ ମୋର 

    ଗୋଟେ ଇଚ୍ଛା 

        ପୁରୁଣ ହୁଏ। 

ତେବେ ମୁଁ ତୁମ 

    ପ୍ରେମ କୁ ଭୁଲିବାର 

       ଇଚ୍ଛା ରଖିବି। 

ଆଜି ମଧ୍ୟ ଭାବିଲେ

    ଆଖି ବାଟ ଦେଇ 

        ସ୍ମୃତି ଗୁଡା ଝରି ଯାଏ ।


ଯାହା ମୋତେ ପ୍ରତିକ୍ଷଣେ 

    ଦୁଃଖ ଜର୍ଜରିତ

        କରୁଅଛି

ଆଜି ଭାବିଲେ 

    ସେ ସବୁ ଗୋଟେ 

       ଶାସ୍ତି ପରି ମନେ ହୁଏ। 

ଆଜି ମଧ୍ୟ ଭାବିଲେ

    ଆଖି ବାଟ ଦେଇ 

        ସ୍ମୃତି ଗୁଡା ଝରି ଯାଏ ।


ତାହା କଣ ମୋର ଭୁଲଥିଲା 

    ନିସ୍ୱାର୍ଥପର 

       ପ୍ରେମ କରିବା

ଆଜି ମଧ୍ୟ ଭାବିଲେ 

    ସେ ସବୁ ଗୋଟିଏ  

        ଭୁଲ ପରି ମନେ ହୁଏ। 

ଆଜି ମଧ୍ୟ ଭାବିଲେ

    ଆଖି ବାଟ ଦେଇ 

        ସ୍ମୃତି ଗୁଡା ଝରି ଯାଏ ।


କେବେ ଦୋହରାଇବାକୁ 

    ଚାହିଁବିନି ମୁଁ 

       କରିଯାଇଥିବା ଭୁଲ୍ କୁ। 

ଲୋକ ପ୍ରମାଣ କରି ହିଁ ଦିଅନ୍ତି 

    ଅନ୍ଧ ର ଦେଖିବା 

        ଶକ୍ତି ନଥାଏ ।


ଆଜି ମଧ୍ୟ ଭାବିଲେ

    ଆଖି ବାଟ ଦେଇ 

        ସ୍ମୃତି ଗୁଡା ଝରି ଯାଏ ।


Rate this content
Log in

Similar oriya poem from Tragedy