STORYMIRROR

kamal kumar dash

Romance

3  

kamal kumar dash

Romance

ଅବୁଝା କବିତା ଟିଏ

ଅବୁଝା କବିତା ଟିଏ

1 min
185

    


ତୁମେ ଲାଗ ଖାଲି  ପ୍ରୀତିର ବହିରେ 

  ଅବୁଝା କବିତା ଟିଏ 

ଯେତେ ଭାବିଲେବି ଯେତେ ଜାଣିଲେବି 

   କିଛି ବାକି ରହିଯାଏ (1)

କେବେ ଲାଗେ ଏଠି  ମୋ ପାଖରେ ଅଛ 

   ଆଉ କେବେ ବହୁ ଦୂରେ 

ନଈ ସେପାରିର   ଅଜଣା ରାଇଜେ 

    ସପନର ଆର ପାରେ (2)

ଜାଣେନା କାହିଁକି   ଏତେ ମନେ ପଡ଼ 

    ମନେପଡେ ତୁମ କଥା 

ବେଶିମନେ ପଡେ  ନିରୋଳା ବେଳରେ 

    ପାଖେଥିଲେ ନୀରବତା (3)

ଚିନ୍ତା ସବୁ ସରେ  ଭାବନା ମୋ ମରେ

    ଥରେ ମନେ ପଡିଗଲେ 

ଶାନ୍ତ ମନେ ମୋର  ଝଡ଼ ଉଠିଯାଏ 

     ତୋ କଥା ମନେ ପଡିଲେ(4)

 ଲେଖୁଛି ଆଜି ମୁଁ     ତୋ ପାଇଁ କବିତା 

     ଆସି ଥରେ ପଢ଼ିଯିବୁ 

ବୁଝି ମୁଁ ପାରୁନି     ଆବୁଝା କବିତା 

     ଆସି ମତେ ବୁଝାଇବୁ (5)



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance