ଅବସାଦ ଚୋରିକରେ ନିଦ
ଅବସାଦ ଚୋରିକରେ ନିଦ
ଜୀବନ ଯୁଦ୍ଧରେ ସବୁ ବାଜି ମୁଁ ଜିତୁଛି
ସୁଖ ନୁହେଁ କିନ୍ତୁ ନିତି ଦୁଃଖରେ ଭିଜୁଛି ।
ନିଜକୁ ନିଜେ ଏଯାଏ ପାରିନାହିଁ ବୁଝି
ଅବୁଝା ଗଣିତ ଖାତା ପାଗଳ ମୁଁ ଆଜି ।
ସ୍ବାର୍ଥ ର ଦଉଡ଼ି ଟାଣେ ଚଞ୍ଚଳ ପାଦକୁ
ଅବସାଦ ଚୋରିକରେ ଆଖିରୁ ନିଦକୁ ।
ଦାବାଗ୍ନିକୁ ବହୁଦୂରୁ ଦେଖିହୁଏ ସିନା
ପାଖଲୋକ ମନ ନିଆଁ ଦେଖିବି ପାରେନା ।
ଛଳନାକୁ ଆପଣେଇ ଚାଲି ମୁଁ ପାରୁନି
ବିଶ୍ବାସ କୁ ଅବିଶ୍ବାସ କରିବା ଶିଖିନି।
କାନ୍ଦିବାକୁ ଇଛା ହୁଏ ଲାଜ କୁ ଡରୁଛି
ହସିବାକୁ ଇଛା ନାହିଁ ତଥାପି ହସୁଛି ।
ବୟସର ଅପରାହ୍ନ ବିଷର୍ଣ୍ଣ ସମୟ
ଅସହାୟ ବୁକୁତଳେ ବିଦିର୍ଣ୍ଣ ହୃଦୟ ।
ମନ ଦରଜ ହିସାବ କରଜ ବଢୁଛି
ଜୁଇ କୁ ଡରିଡରି ନିଇତି ମରୁଛି ।
ଅସହାୟ ଅବଶୋଷ ଅଶାନ୍ତ ଆକାଶ
ଅହମିକା ଅନ୍ତର କୁ କରୁଛି ଆହତ ।
ମହାପ୍ରଭୁଙ୍କ ଉପରେ ଯାହା କରେ ଅଭିମାନ
ସବୁ ମୋର କର୍ମ ଫଳ ନାହିଁ ପରିତ୍ରାଣ ।
