STORYMIRROR

BULU BEHERA

Comedy Inspirational Children

3  

BULU BEHERA

Comedy Inspirational Children

ଅବନା ଗୀତ

ଅବନା ଗୀତ

1 min
230


ଅ ଆ - ତୋ' ବୋଉ ଡାକୁଛି ଯାଆ l

ଇ ଈ -  କୁଆଡେ ଯାଇଥିଲୁ ଭାଈ l

ଉ ଊ -   କଣ କହିବି ତୋତେ ଆଉ l

ଋ ୠ- ତୁମ ଘରେ ପଶିଲା ଗୋରୁ l

ଏ ଐ - ମୁଣ୍ଡିଆ ମାରିଲା ସେ ଯାଇ l

ଓ ଔ - ଗଡି ଗଡି ଗଲା ତୋ' ବୋଉ l

କ ଖ -  ଫାଟିଯାଇଛି ତା' ମୁଖ l

ଗ  ଘ -  ଭାଙ୍ଗିଯାଇଛି ତା' ଜଙ୍ଘ l

ଚ ଛ - ଛିଡି ଯାଇଛି ତା' ପିଠି ପଛ l

ଜ ଝ - ଏବେ ପରା ହେଲାଣି ସଞ୍ଜ l

ଟ ଠ - ଧାଇଁ ଯାଆ ନ କରି ମଠ l

ଡ଼ ଢ -  ପଡିଛି ହୋଇ ସେ ମଢ଼ l

ଣ ତ ଥ - ଚାହିଁ ରହିଛି ତୋ' ପଥ l

ଦ ଧ -  ଡାକ୍ତର ଠାରୁ ନେଇ ଔଷଧ l

ନ ପ ଫ - ସେକିବୁ ଦେଇ ତୁ ବାମ୍ଫ l

ବ ଭ - ମନେ ରହିଲାକି ସୌରଭ  l

ମ  ଯ - ମା'କୁ ସେବିବା ତୋ' କାର୍ଯ୍ୟ l

ର ଳ - ଖଟାଇ ତୋର ବୁଦ୍ଧି ବଳ  l

ବ ଶ - ରଖିବୁ ମାଆର ତୁ' ଯଶ l

ସ ଷ -  ଦିନେ ହେବୁ ବଡ଼ ମଣିଷ l

ହ କ୍ଷ - ମନରେ ନେଇ ଏହି ଲକ୍ଷ୍ୟ l

ୟ ଲ - ତୋ' ଜୀବନ ହେବ ସାଫଲ୍ୟ l



Rate this content
Log in

Similar oriya poem from Comedy