STORYMIRROR

Arun Kumar Mitra

Inspirational

2  

Arun Kumar Mitra

Inspirational

ଅବଲୋକନ

ଅବଲୋକନ

1 min
13.6K


କେ ଆସିଛି କୁହ ସହସ୍ର ବରଷର ଆୟୁଷ ନେଇ ଏହି ପୃଥିବୀରେ।

ରହିବ କି ଷାଠିଏ ସତ୍ତୁରି ଅବା ଅଶି ବରଷର ପରେ ଧରିତ୍ରୀର କୋଳେ,

ତଥାପି ଚିତ୍ତେ ଏତେ ରାଗଦ୍ବେଷ, କଳହ , ଶତ୍ରୁତା,

କି ହେବ ହିସାବ ରଖି ଜୀବନର ସାଫଲ୍ଯ ବ୍ୟର୍ଥତା।


ଦେଖିଛ କି ପ୍ରଭାତ ରବିର କରେ ପୃଥିବୀର ରୂପ

ଭୋରର ଆକାଶ , ନାହିଁ ନାହିଁ ଭାବିଛ ଜୀବନ ବୋଧେ ଏକ ଅଭିଶାପ।

ସ୍ରଷ୍ଟାକୁ କେବେ ତୁମେ କରିଛ ଜୁହାର?

ଅନୁଭବ କରିଛ କେବେ ମଣିଷ ଜୀବନ ଟିଏ କେତେ ସୁଖକର।

କେବଳ ମାଗିଛ ଧନ ଐଶ୍ୱର୍ଯ୍ୟ

ଯେନ ତେନ ପ୍ରକାରେନ ଶ୍ରୀ ବୃଦ୍ଧି, ହେଉବା ଅସୋଦପାୟେ ରାଶି ରାଶି ଧନଠୁଳ।


ഈ കണ്ടെൻറ്റിനെ റേറ്റ് ചെയ്യുക
ലോഗിൻ

Similar oriya poem from Inspirational