STORYMIRROR

Bidyadhar Mantry

Abstract Classics Inspirational

3  

Bidyadhar Mantry

Abstract Classics Inspirational

ଅବଳା ରୁ ସବଳା

ଅବଳା ରୁ ସବଳା

2 mins
7


କାବ୍ୟ କବିତାରେ ନାରୀଙ୍କୁ ଅବଳା 

କବି କରିଛି ଉଲ୍ଲେଖ

ତତ୍କାଳୀନ ସାମାଜିକ କଟକଣା 

ନାରୀ ଢାଙ୍କୁ ଥିଲା ମୁଖ

ସଭ୍ୟତାର କ୍ରମ ବିକାଶ ଧାରାରେ

ନାରୀ କରିଛି ପ୍ରଗତି

ଉଚ୍ଚ ଶିକ୍ଷା ପ୍ରାପ୍ତ ହୋଇ ସ୍ବାବଲମ୍ବୀ

ହୋଇ ପାରୁଛି ସମ୍ପ୍ରତି

ସବଳା ର ଯୁଗ ସବଳା ରାଜୁତି

ସବଳା ପ୍ରତି କ୍ଷେତ୍ରରେ

ନିଜ ଅଧିକାର ନିମନ୍ତେ ଲଢେଇ

ସବଳା ଘରେ ବାହାରେ

ପୁରୁଷ ପ୍ରଧାନ ସମାଜରେ ନାରୀ

ହାତରେ ହାତ ମିଶାଇ

ପ୍ରତ୍ୟେକ କ୍ଷେତ୍ରରେ ନିଜର ଦକ୍ଷତା

ପ୍ରମାଣ କରିଛି ରହି

ତଥାପି ପୁରୁଷଙ୍କ ଲୋଲୁପ ଦୃଷ୍ଟି

ପୁଣି ମନ୍ଦ ଚିନ୍ତା ଧାରା

ସଙ୍ଘର୍ଷ ସହିତ ଆଗେଇ ଚାଲିଛି

ଲଂଘି ସବୁ ପରମ୍ପରା


ଯେଉଁ ପରି ଦେବୀଙ୍କର ନଅ ରୂପ

ଲକ୍ଷ୍ୟ କରି ପରିସ୍ଥିତି

କେତେ ବେଳେ କେଉଁ ପରି ପରିଚୟ

ଦୃଷ୍ଟି ନିରେଖି ସମ୍ପ୍ରତି

ସେହି କଳା ଶିକ୍ଷା ନାରୀ ପାଇଁ କାମ୍ୟ

ଆଜିକାଲି ସମାଜରେ

ନିଜକୁ ଅବଳା ନ ମଣି ମନରେ

ଶକ୍ତ ଚିନ୍ତା ଚେତନାରେ

ଗର୍ଭସ୍ଥ ଭ୍ରୁଣର ଲିଙ୍ଗ ନିରୂପଣ

କନ୍ୟା ଭ୍ରୁଣ ହତ୍ୟା ଚିନ୍ତା

କୌଶଳ ପ୍ରୟୋଗ ନିଷ୍ଟୁର ହୃଦୟେ

ଦୁର୍ବଳ ମାନସିକତା

ଆଧୁନିକ କୌଶଳ ପ୍ରୟୋଗ ସହ

ନଷ୍ଟ ଚିନ୍ତା ଚେତନାରେ

ଏ ନିଷ୍ଟୁର ଲୋକଙ୍କ ଦାଉରୁ ରକ୍ଷା

ପାଇବ କି ପ୍ରକାରେ !

ଚେଷ୍ଟା ଅସଫଳ ପରେ ଯଦି ଆସେ

ସୁଖ ନ ଥାଏ ମନରେ

ଏ ହୃଦୟ ହିନ ଲୋକଙ୍କ ମେଳରେ

ବଞ୍ଚିବ କେଉଁ ପ୍ରକାରେ!

ଏ ଯୁଗ,ସମୟ ଅବଳାଙ୍କ ନୁହଁ

ଶକ୍ତିଶାଳୀ ଆବଶ୍ୟକ

ଲଢିଲେ ହିଁ ନିଜ ଅଧିକାର ପାଇଁ

ଜୀବନ ହେବ ସାର୍ଥକ

ଆମନ୍ତ୍ରଣ କରେ ନୂଆ ପ୍ରାଣ ଟିଏ

ବିପଦ ଥାଇ ଜୀବନେ

ସେହି ପ୍ରାଣୀ ଶତ୍ରୁ ରୂପେ ଛିଡ଼ା ହୁଏ

ଜୀବନର ପ୍ରତି କ୍ଷଣେ

ଅପମାନ ନିର୍ଯାତନା ବଳାକ୍ରାର

ଦୁର୍ବଳ ମାନସିକତା

ଶ୍ୱାସରୁଦ୍ଧ ହୋଇ ମରିବା ଅପେକ୍ଷା

ବିଧେୟ ସାହସିକତା

ଅବଳାର ନାହିଁ ସ୍ଥାନ ଆଜିକାଲି

ହେବାକୁ ହେବ ସବଳା

ନିଜ ଅଧିକାର ସୁରକ୍ଷା ନିମନ୍ତେ

ଜ୍ଞାତ ହେଉ ଶକ୍ତି କଳା

ଆଜିର ବନିତା ହୁଅ ହୁସିଆର

ନିଜକୁ କର ସବଳ

ଅବଳା ଦୂର୍ବଳା ର ଆଖ୍ୟା ନ ରହୁ

ଦୃଢ଼ ହେଉ ମନୋବଳ

ସିଡି ଚଢ଼ିଲା ପରି କେହି ନ ଚଢ଼ୁ

ନିଜ ଜୀବନ ଯାତ୍ରାରେ

ପାଦରେ ଦଳ ଅତ୍ୟାଚାରୀ ପାପିଙ୍କୁ

ଦୃଢ଼ ମନୋଭାବରେ

ମନରେ ଆଗକୁ ବଢିବା ଦୃଢ଼ତା

ଜାଗ୍ରତ ହେଉ ସର୍ବଦା

ନିଜ ଅଧିକାର ସାବ୍ୟସ୍ତ ନିମନ୍ତେ

ଅତିକ୍ରମ ହେଉ ବାଧା

ନିଜର ସୁରକ୍ଷା ନିଜ ହାତେ ହେଉ

ଲଜ୍ଜ୍ୟା ନ ହେଉ ଭୂଷଣ

ପ୍ରଥମରେ ଆତ୍ମନିର୍ଭରଶୀଳତା 

ଲକ୍ଷ୍ୟ ସର୍ବାଗ୍ରେ ପୂରଣ

ବିନାଶ୍ରୟେ କବିତା ବନିତା ଲତା

ନ-ବର୍ତ୍ତିବା ଅଛି ଉକ୍ତି

ଆଜିର ବନିତା ବିନାଶ୍ରୟେ ଠିଆ

ସମାଜ ଚାହେଁ ସମ୍ପ୍ରତ୍ତି

ସବଳା ବାଳା ହିଁ ବଳୀୟାନ ଅଟେ

ଜୀବନ ଯୁଦ୍ଧେ ସମ୍ପ୍ରତ୍ତି

ପ୍ରତି ଘର ବାଳା ହୋଇଲେ ସବଳା

ଦେଶର ହେବ ପ୍ରଗତି

ଦେଶର ବିକାଶ ପଥରେ ମହିଳା

ସକ୍ରିୟ ଭୂମିକା ସହ

ପରିବାର ଓ ସମାଜର ଉନ୍ନତି

ହେଉ ସର୍ବାଗ୍ରେ ଜୟ



Rate this content
Log in

Similar oriya poem from Abstract