STORYMIRROR

Sushantkumar Pradhan

Inspirational

2  

Sushantkumar Pradhan

Inspirational

ଅବକ୍ଷୟ

ଅବକ୍ଷୟ

1 min
14K


ମାନବିକତା ନୈତିକତା ହୁଏ ଅବକ୍ଷୟ 

ସତ୍ୟଧର୍ମ ପାଳିବାକୁ ଲାଗେ ଏଠି ଭୟ ।।

ନ୍ୟାୟ ଅନ୍ୟାୟ ବିଚାର ଏଠି ନ ହୁଅଇ 

ଅର୍ଥରେ ଜିତଇ ପୁଣି ନ୍ୟାୟରେ ହାରଇ ।।

ବଢନ୍ତି ଦୁର୍ବୃତ୍ତ ସର୍ବେ ହୁଅନ୍ତି ନିର୍ଦ୍ଦୟ 

ଅଧର୍ମରେ ବଢେ ବିତ୍ତ ମୂଳ ହୁଏ କ୍ଷୟ ।।

ମିଥ୍ୟା ଚୋରି ହିଂସା ପୁଣି ବିଶ୍ୱାସଘାତକ 

ବ୍ୟାପିବl ଜଗତ ସାରା ଘୋଟିବ ବିପଦ ।।

ସର୍ବେ ହେବେ ପାପାଚାରୀ ନ ମାନିବେ ଧର୍ମ 

ବୁଝିବେନି କେହି ନୀତି ଉପଦେଶ ମର୍ମ ।।

କେହି ରଖନ୍ତିନି ଏଠି କାହାର ମର୍ଯ୍ୟାଦା 

ସଭିଏଁ ସଭିଙ୍କୁ ଦୋଷ ଦିଅନ୍ତି ସର୍ବଦା ।।

ଅନ୍ୟର ସୁଖରେ କେହି ନ ପାଏ ଆନନ୍ଦ 

ପରସ୍ପର ଅବିଶ୍ୱାସୀ ପାଂଚୁଥାନ୍ତି ମନ୍ଦ ।। 

ସୁଶାନ୍ତ ପ୍ରଧାନ 

  ବଂଧହୁଡା 

ନରସିଂହପୁର କଟକ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational