STORYMIRROR

Manaswini Dash

Tragedy Others

2  

Manaswini Dash

Tragedy Others

ଅଭିନୟ

ଅଭିନୟ

1 min
94

ସବୁକିଛିର ସ୍ବେଛାକୃତ ଅନ୍ତ ପରେ

ସ୍ୱାର୍ଥର ରଙ୍ଗରେ ଜୁଡୁବୁଡୁ ସମସ୍ତ ସମ୍ପର୍କ ଅସ୍ତମିତ ହେଲାପରେ 

ସମସ୍ତଙ୍କ ପାଇଁ ମୁଁ ଅବାଂଛିତ ପାଲଟିଯିବା ପରେ 

ହୃଦୟ ବେଳା ଭୂମିରେ ଆଜି ବିଳାପର ଉତ୍ତାଳ ତରଙ୍ଗ 

ଭଙ୍ଗୁର ଛାତିରେ ଆଜି ଅନୁତାପର ପାଦଚିହ୍ନ

ସେଇ ଅନୁତାପର ଜର୍ଜରିତ ବିଳାପ ପରେ ଆଜି ସମସ୍ତ ଜୀବନ ଗଣିତର ଗୋଟିଏ ସୂତ୍ର 

ସମସ୍ତ ସମ୍ପର୍କ ଥିଲା ଅଭିନୟ ଏବଂ କୃତ୍ରିମତାର ନିଚ୍ଛକ ପରିପ୍ରକାଶ 

ମିଥ୍ୟାର ଶିଳା ରେ ସତ୍ୟର ବିଫଳ ସନ୍ଧାନ କରି କରି ନୟାନ୍ତ ମୁଁ 

ହୃଦୟରେ ଖାଲି ଦହନ ହିଁ ଦହନ 

ତଥାପି ରଖିଛି ବିଶ୍ୱାସ ନିଃସଙ୍ଗତାକୁ କୋଳେଇନେଇ ଏ ଅଭିଶପ୍ତ ଜୀବନକୁ ଜିଁବାର ||



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy