STORYMIRROR

Surjyakanta Dash

Romance Tragedy Inspirational

4  

Surjyakanta Dash

Romance Tragedy Inspirational

ଅଭିନୟ

ଅଭିନୟ

1 min
213


ଦିନରାତି କେତେ ବିତିଛି ଗୋ ସାଥି

ତୁମ ଏକା ସାନିଧ୍ୟରେ,

ଆଜି କିନ୍ତୁ ତୁମେ ଭୁଲିଗଲ ମୋତେ

ଆଉ କାହାକୁ ପାଇବା ପରେ ।1।

ମୁଁ କି ଜାଣିଛି ତୁମ ଭଲ ପାଇବାଟା

ଅଭିନୟ ଖାଲି ଥିଲା,

ପଚାରିବ ଏକାନ୍ତରେ ତୁମ ହୃଦୟକୁ

କିଏ କାହାକୁ ଝୁରୁଥିଲା ।2।

ପ୍ରତାରଣା କଲ ତୁମେ ମୋର ସାଥେ

ଭୁଲି ମୁଁ ପାରୁନି ମନୁ ,

ମୁଁ ବି ଆଜିକାଲି ଅଭିନୟ କରେ

ତୁମେ ଛାଡ଼ି ଚାଲିଗଲା ଦିନୁ ।୩।

ମିଛ ଅଭିନୟ ଲାଗେ ଭାରି ଆପଣାର

ଥିଲେ ମୋ ହାତେ ତୁମ ହାତ,

ଦିନ ସପନ କି ସତ ହୋଇପାରେ

ଜାଣେ ଅଭିନୟ ତୁମ ସତ ।୪।

ନଦୀ କି କେବେ ଭୁଲି କି ପାରିବ

ସାଗରରେ ମିଶିବା ପାଇଁ,

ସାଗର ବି ଯଦି ଧୋକା ଦେଇ ଦିଏ

କାହାକୁ ସେ ପାରିବ କହି ।୬।

ମୋ ପ୍ରେମକୁ ଏଠି ଭାବି ରଙ୍ଗମଞ୍ଚ

ଅଭିନୟ ଖାଲି କଲ,

ତୁମ ଅଭିନୟକୁ ଭାବିଲି ମୁଁ ସତ

ଅଭିନୟେ ଧୋକା ଦେଲ ।୬।

କାନ୍ଦେ ମୁଁ ଅନ୍ତରେ ହସେ ମୁଁ ବାହାରେ

ଅଭିନୟ କାଳେ ତୁମଠୁ ଶିଖିଗଲି,

ଆନନ୍ଦ ତ ମୋର ତୁମ ଜିତିବାରେ

ଦୁଃଖ ମୁଁ କରୁନି ଆଜିକାଲି ।୭।

ଜୀବନଟା ଯଦି ରଙ୍ଗମଞ୍ଚ ହୁଏ

ସର୍ବେ ଏଠି କଳାକାର,

କିଏ ଜିତେ ଏକା, କିଏ ହାରେ ଅବା

କେହି ନୁହେଁ ଏଠି କାହାର ।୮।

ଲିଭିଯିବ ଯଦି କ୍ଷଣିକରେ ଜୀବନ ପ୍ରଦୀପ

ସବୁ ଅଭିନୟ ସରିଯିବ,

ଅଭିନୟ ପରେ ବେଦୀ ମୁହଁ ପୋଡ଼ା

ଖାଲି ରହିଯିବ ଅବଶୋଷ ।୯।

ଅଣଚାଶ ପବନ ବହୁଛି ଏ ଜୀବନେ

ଢେଉ ଭାଙ୍ଗେ ଅଭିନୟରେ

ଅବଶ୍ ଶରୀର ସାଉଁଟେ ଆଶା ଓ ସ୍ୱପ୍ନକୁ

ଭଙ୍ଗା ରୁଜା, ଉଜୁଡ଼ା ସତ୍ୟରେ ।୧୦।

ଏବେତ ଲାଗୁଛି ତୁମ ଛଳନା ଟା

କାହା ନିର୍ଦ୍ଦେଶିତ ଥିଲା

ମୁକ୍ତିର ଅନ୍ତିମ ଶ୍ୱାଶରେ ମୋର ପ୍ରେମ

ଶେଷ ପରିଚୟ ହେଲା ।୧୧।

  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance