Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Anupama Sahu

Tragedy

4  

Anupama Sahu

Tragedy

ଅଭିମାନୀ ଭକ୍ତ

ଅଭିମାନୀ ଭକ୍ତ

1 min
706



*॥୧॥*

ଆହେ ଜଗତ ଈଶ୍ୱର

ପ୍ରଭୁପରାତ୍ପର 

ଜାଣି ହୁଏ ନାହିଁ ପ୍ରଭୁ 

ଅନ୍ତର ତୁମର

ତୁମ ନାମଟି ଅନନ୍ତ

ଏ ବିଶ୍ଵବ୍ରହ୍ମାଣ୍ଡେ ଏକା

ତୁମେ ବଳବନ୍ତ ॥

*॥୨॥*

ତୁମେ ହେ ଜଗାକାଳିଆ 

ବଡ କପଟିଆ

ନଟବର ନାମ ତୁମ

ହେ ନଟ କୁଟିଆ

ଯେ ଭକତି କରେ ତାକୁ

ଦାଣ୍ଡେ କର ଠିଆ ॥ 

*॥ ୩॥*

ତୁମେ ବଡ ଦଗାଦିଆ

ନାଶି ନିଜ ବଂଶ

ନ ରଖି ଉପ୍ରୋଧ 

ବଧ କଲ ମାମୁଁ କଂସ 

ତୁମକୁ ଯେ ଆଶା କରେ

ନାନା କଦର୍ଥନା ଦାନ

କର ବିଶେଷରେ ॥

*॥ ୪॥*

ଶଙ୍ଖ ଚ଼କ୍ର ଗଦା ପଦ୍ମ

ଧରିଛ ହସ୍ତରେ

ଖଣ୍ଡିଆ ହାତେ ବସିଛ

ଦେଉଳ ଭିତରେ

ପଦ୍ମ ଠାରେ କିଆଁ ମନ ?

ସୂର୍ଯ୍ୟଙ୍କୁ ଛାଡି ଭ୍ରମରେ 

କରେ ପ୍ରୀତି ଦାନ ॥

*॥୫॥*

ଶଙ୍ଖକୁ ଧରିଛ କରେ

ଧ୍ଵନୀ ପାଇଁ ଖାଲି

ବୃଥାରେ ଗରଜିମରେ 

ଶୁଭ ଶଙ୍ଖ ବୋଲି

ବୃଦ୍ଧି କରଇ ଯାତନା

ସ୍ଵାର୍ଥପର ଶଙ୍ଖଧାରୀ

ତୁମ ନାମ ସିନା ॥

*॥୬॥*

ଚକ୍ରଧାରଣ କରିଛ 

ନାମ ଚ଼କ୍ରଧାରୀ

ଭୟ ଲାଗେ ଦରଶନେ

ତା ରୂପ ଶ୍ରୀହରି

ଗ୍ରହ ଶିର ଛେଦ ପରେ

କଳଙ୍କି ଲାଗି ଯାଇଛି

ତାହାର ଧାରରେ ॥

*॥୭॥*

ମୋ କଷଣ ନାଶିବାକୁ 

ନାହିଁ ତାର ବଳ 

ମନରେ ବିଚାର କର

ପ୍ରଭୁ ଆଦିମୂଳ

ଆଙ୍ଗୁଠିର ଶୋଭା ପାଇଁ

କଷ୍ଟକୁ ନ ନାଶି ଦୁଷ୍ଟ 

ନାଶକର ସାଇଁ ॥

*॥୮॥*

ଗଦାଧର ତୁମ ନାମ 

କିଏ ଦେଲା କାହିଁ ?

ତୁମ ଗଦା ଦୁଃଖ ପଦା

କରି ନ ପାରଇ 

ତୁମ ଗଦାକୁ ପ୍ରଣାମ 

ଦାନବ ଦଳନେ କେଉଁ 

ଯୁଗେ ଥିଲା କାମ ? ॥

*॥୯॥*

ଦୁଃଖି ଦୁଃଖ ସହି ମରୁ 

ତୁମେ ଯାତ୍ରା କର

ତୁମର କି ଯାଏ ଆସେ

ରସିକ ନାଗର

ରାଧା ବିରହିଣୀ ହେଉ

କୁବୁଜା ପ୍ରେମରେ ବୁଡି

ତୁମ ଦିନ ଯାଉ ॥

*॥୧୦॥*

ମୀରା ବିଷପାନ କରୁ

ଗିରିଧର ଡାକି

ଯଶୋମତୀ ଝୁରି ମରୁ

ଗୋପରେ ଏକାକୀ

ତୁମେ କରୁଥାଅ ଲୀଳା

ଅଭିମାନୀ ଭକ୍ତ ପ୍ରାଣ

କଣ୍ଠାଗ୍ରତ ହେଲା ॥



Rate this content
Log in

Similar oriya poem from Tragedy