STORYMIRROR

Panchanan Jena

Romance

4  

Panchanan Jena

Romance

ଅଭିମାନ ତୁମ

ଅଭିମାନ ତୁମ

1 min
316

କବିତା - ଅଭିମାନ ତୁମ

ରଚନା - ପଞ୍ଚାନନ ଜେନା

ତାରିଖ -୨୩-୨-୨୦୨୫


ଅଭିମାନ ତୁମ ଟୋପାଏ ଚନ୍ଦନ

ଆଡ଼ଋଷା ପ୍ରୀତିଅର୍ଘ୍ୟ

ନିରବତା ତୁମ କୋଟିଏ ବନ୍ଦନ

ଗାଳି କଳି ପ୍ରେମଦୀର୍ଘ୍ୟ


ଅନୁରୋଧ ତୁମ ତାଣ୍ଡବ ଆଭାସ

ଅଳିରେ କାଳବୈଶାଖି

ଅବଶୋଷ ତୁମ ଅମାବାସ୍ୟା ତାତି

ମହୁଝରା ବକ୍ରଆଖି


ଅହଙ୍କାର ତୁମ ବଇଶାଖ ଝାଞ୍ଜି

ଅବୁଝାରେ ନାଲି ଚାହା

ପାଗଳାମୀ ତୁମ କଅଁଳା ବସନ୍ତ

କୋଳେଇଲେ ଶାନ୍ତି ରାହା


ପାଟଣାଢି ତୁମ ଅମୂଲ୍ୟ ଅତୁଲ୍ୟ

ପିନ୍ଧିଲେ ସ୍ଵର୍ଣ୍ଣାଭ ଆଭା

ପ୍ରୀତିରାଗ ତୁମ ଦର୍ପଣ ଅର୍ପଣ

ଦିଶିଯାଏ ବିମ୍ବପ୍ରଭା


ରାଗକ୍ରୋଧ ତୁମ ଧାରା ଶିରାବଣ

ଘଡ଼ଘଡି ସହ ମେଳ

ତୃଷ୍ଣାମୟ ତୁମ ନୟନ ଯୋଗଳ

କରୁଣାସିକ୍ତ ହେମାଳ


କାମମୟ ତୁମ ଅଙ୍ଗବାସ ମାୟା

ବୟସ ଯାଇଛି ରହି

ଲୋଉମୟ ତୁମ ନିତମ୍ବ ଦୋଳନ

ହାଣିଦିଏ କିଛି କହି


ସୁନାଗୋରୀ ତୁମ କୁହୁକ ମୁରୁକି

ପଲକେ ପଡ଼ିଲେ ଝରି

ଚୂର୍ଣ୍ଣ କୁନ୍ତଳ ତୁମ ଛୁଇଁ ଧାଇଁଗଲେ

ଗଣ୍ଡ ଦେଶ ଡେଉଁ କରି


କାମମୟ ଆମ ଶରୀର ଅଙ୍ଗରେ

ଶତ କାମନାର ନାଦ

ପାଖେ ପାଇବାକୁ ଆକ୍ତାମାକ୍ତା ସତ୍ତା

କଳ୍ପନାରେ ଯୋଡ଼େ ବାଦ


Rate this content
Log in

Similar oriya poem from Romance