STORYMIRROR

ବିଷ୍ଣୁ ପ୍ରସାଦ ମିଶ୍ର & Bishnu Prasada Mishra

Romance

2  

ବିଷ୍ଣୁ ପ୍ରସାଦ ମିଶ୍ର & Bishnu Prasada Mishra

Romance

ଅଭିଳାଷ

ଅଭିଳାଷ

1 min
369

ଅଳସୀ କ୍ଷେତରେ ଅଳସ ଭାଙ୍ଗୁଛି

ପାହାନ୍ତି ପହର ଶୀତ,

ଫୁକିଆ ତାରା କୁ ବିଦାୟ ଜଣାଇ

କୁକ୍କୁଟ ରଚଇ ଗୀତ.

ପୂରୁବା ସୁନ୍ଦରୀ ମଥାରେ ସିନ୍ଦୁର

ସକାଳ ସୂରୁଜ ରଚେ, 

ଷୋରିଷ ଗଛରେ କାକର ମୁକୁତା

ହୀମର ପ୍ରଭାତ ସଞ୍ଚେ.

ଶୁଖିଛି କଦମ୍ବ ମଉଳିଛି ବାସ

ଚହଟେ ରଜନୀଗନ୍ଧା,

ମନ୍ଦ ପବନର ମହକ ଭିତରେ

ଅମାନିଆ ମନ ବନ୍ଧା.

ଗଞ୍ଜଣା କୁଞ୍ଜରେ ଦିନ ଥାଉ ହୁଏ 

ସଞ୍ଜ ପର ଘନ ରାତି,

ମନ ବଗିଚାର ଗଙ୍ଗଶିଉଳୀ'ଟା 

ଫୁଟି ଝଡ଼ୁଥାଏ ନିତି.

ବିରହ ଯାହାର ସୁଖର ସଉଦା

ଦୁଃଖ କିବା ଅବଶୋଷ,

ପଳାଶ ଫୁଲରେ ମଧୁମକ୍ଷୀକା'ର

ନ'ଥାଏ ଟି ଅଭିଳାଷ


Rate this content
Log in

Similar oriya poem from Romance