STORYMIRROR

Krushna Chandra Lenka

Inspirational

4  

Krushna Chandra Lenka

Inspirational

ଅବହେଳିତ କୃଷକ

ଅବହେଳିତ କୃଷକ

1 min
289

ରକତ ନିଗାଡ଼ି କ୍ଷେତେ ଦିନ ଯା'ର ବିତେ 

ବରଷା କାକର ଖରା ଅବା ବାଆ ଶୀତେ;

ଜଗତେ ଯୋଗାଏ ଦାନା ନଖାଇ ଯେ' ଗଣ୍ଡେ 

ଭାଳିଚ କେମନ୍ତ ସେଯେ ଜିଇଁ ଅଛି ଦଣ୍ଡେ!


ତା' ରକତ ମୂଲ କାହିଁ ନୁହଁଇ ଅମୂଲ 

କହ କିସ ଦୋଷ ତାର ନାହିଁ କାହିଁ ମୂଲ;

କା'ପାଶେ ଅଛି ଉତ୍ତର କହ ଆହେ ନର 

ବିଶ୍ୱ ହିତେ ଥିବା ନର କାହିଁ ହତାଦର?


ବଜାର ଦରବ ଏଠି ହୁଅଇ ଅମୂଲ 

ଚଷା ଶସ୍ୟ ରାଶି ପାଇଁ ହୁଏ ମୂଲଚାଲ;

କେମନ୍ତ ସ୍ଵଭାବ ଏତ କି ମାନସିକତା 

କାହିଁ ଅବହେଳା ହ୍ୱନ୍ତି ସଦା ଅନ୍ନଦାତା!


ଅତୀବ କର୍ମଠ ଚଷା ନିତି କରେ ଶ୍ରମ 

ବରଷକ ବାରମାସ ନଥାଏ ବିରାମ;

ମାତ୍ର ତାର ଦୁଃଖ ବାରେ ନଶୁଭେ କା' କାନେ 

ତଥାପି ସେ ହାରିନାହିଁ ତା'ଜୀବନେ ଦିନେ।


ମାଟି ସାଥେ ମାଟି ହୋଇ ଫଳାଉଚି ସୁନା 

ଲହୁ ଲୁହ ଢାଳି କ୍ଷେତେ ଯୋଗାଉଚି ଦାନା;

ତା'କ୍ଷେତେ କରମ କରୁଥାଏ ସେ ଆନନ୍ଦେ 

ହୀନ କାମ ଭାଳି କେବେ ନଥାଏ ବିଷାଦେ!


ଅମଳ କାଳେ ପରିବା ଗଡୁଥାଏ ଦାଣ୍ଡେ 

ମାତ୍ର କିଛି ଦିନ ପରେ ମିଳେ ନାହିଁ ଗଣ୍ଡେ;

ସେପାଇଁ ଉଯୋଗ ନାହିଁ ସରକାରୀ ସ୍ତରେ 

ଯା'ପାଇଁ ଖାଉଟି ଚଷା ସମ ଦଶା ତୀରେ।


ଶୀତଳ ଭଣ୍ଡାର ଆଜ ହୋଇଚି ଶିଥିଳ 

ସେପାଇଁ ପରିବା ଦର ହୋଇଅଛି କାଳ;

ଧାନ ମଣ୍ଡି ବାରେ ତିଳେ ନକହିବା ଭଲ 

ବେପାରୀ ଶୋଷଣ ପାଇଁ ବୁଡ଼େ ଚଷା ମୂଲ।


ଚଷା ପାଇଁ ସିନା ଗଢ଼ା ହୁଏ ଧାନ ମଣ୍ଡି 

ବଣିଜ ବଳେ ବଢ଼ଇ ଅସାଧୁର ଗଣ୍ଡି;

ସରକାରୀ ବାବୁ ଅବା ସେ ଶାସନ କଳ 

ଲାଞ୍ଚ ବଳେ ନୀତି ସବୁ କରନ୍ତି କୋହଳ।


ତଥାପି ଭାଙ୍ଗିନି ଚଷା ତା'ଜୀବନେ ଏଠି 

ପୋଛି ଲୁହ ଚାପି କୋହ ଖଟୁଥାଏ ବେଠି;

ଶିଖ ହେ ବିଜ୍ଞାନୀ ନର ଚଷାଠୁଁ ଯେ ତିଳେ 

ଆପଣାଏ ବୃତ୍ତିକି ଯେ' ନିତି ଖୁସିମେଳେ।


ଚଷା ପାଇଁ ନିଦାବିଷ୍ଣୁ ସିନା ସରକାର 

ମାତ୍ର ଅନ୍ୟ ବୃତ୍ତି ବାରେ ଭାରି ତତପର;

ଏ ହୀନ ମାନସିକତା ବଦଳିବ ଯହିଁ 

ଚଷା ପୁଅ ମାନ ତାର ପାଇବଟି ତହିଁ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational