STORYMIRROR

Manaswinee Dash

Tragedy

3  

Manaswinee Dash

Tragedy

ଆଊ ନାହିଁ ମାନବିକତା

ଆଊ ନାହିଁ ମାନବିକତା

1 min
186


ଭାବୁଥିଲି ଦୁନିଆ ରେ ବନ୍ଚିଛି ମାନବିକତା, 

ହେଲେ ମୁଁ ହେଲି ଭୁଲ୍ ପ୍ରମାଣିତ, 

କେବେଠୁ ଏଇ ସମାଜ କରିସାରିଲାଣି ମାନବିକତା ର ହତ୍ୟା। 

ପଇସା ପାଇଁ ବାପା ମାଁ ବିକ୍ରି କରୁଛନ୍ତି ସନ୍ତାନ, 

ପଇସା ରୋଜଗାର ପାଇଁ ଜଳାନ୍ଜଳି ହଂଊଛିବାଲ୍ୟଜୀବନ। 

ଶିକ୍ଷିତନ୍କ ଘରୁ ଶିଶୁ ଶ୍ରମିକ ହଉଛନ୍ତି ଉଦ୍ଧାର, 

ପୁଣି କଉଠି ହଉଛି ଶିଶୁ ନ୍କ ବେପାର। 

ଯଉଠି ମିଳେ ପିଲାଟିକୁ ଶିକ୍ଷା, 

ସେଇଠି ନାହିଁ ଛାତ୍ରୀ ସୁରକ୍ଷା। 

ଶିକ୍ଷକ ଦଉଛି ଯୌନ ନିର୍ଯାତନା, 

କଉଠି ସଂପର୍କୀୟ ପୂର୍ନରୁଥିତ କରେ ନିଜ ଯୌନ କାମନା। 

ଯଦି କଉଠି ହଉଛି ନାରୀ ଧର୍ଷଣ, 

ସୁରକ୍ଷା ନଦେଇ କରୁଛନ୍ତି ଚିତ୍ର ଉତ୍ତୋଳନ। 

ଯଦି କାହାର ହଉଛି ଦୁର୍ଘଟଣା, 

ସାହାଯ୍ୟ ନକରି କଡେଇ ଯାଉଛନ୍ତି ସବୁ ଗଣ। 

ଆଜିବି କନ୍ୟା ସନ୍ତାନ ହୋଇ ଅଲୋଡା, 

ରାସ୍ତା କଡରେ ହଉଛି ଫୋପଡା। 

ଆଜିବି ରହିଛି ଯୌତୁକ ଆଶ, 

ନାରୀ ତାପାଇଁ ହଉଛି ପାଉଁଶ। 

ଜନ୍ମିତ ବାପା ମାଁ ହେଲେ ବୁଢା ବୁଡି, 

ଘରୁ ହଉଛନ୍ତି ଫୋପାଡି। 

ଅନ୍ୟକୁ ଦୁଖିତ ଦେଖି, 

ଆଜିର ଲୋକେ ହୁଅନ୍ତି ଖୁସି। 

ସବୁଠି ହଉଛି ମାନବିକତା ର ହତ୍ୟା, 

ଏଇତ ଆଜିକା ସମାଜର ବିଚିତ୍ର ଗାଥା। 





ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy