STORYMIRROR

Goutam Mohanty

Romance

3  

Goutam Mohanty

Romance

ଆଉ ଥରେ ଯିବି

ଆଉ ଥରେ ଯିବି

1 min
270


ଆଉ ଥରେ ଯିବି ପ୍ରିୟା ତୁମରି ଗାଁ...

ପଚାରିବି ତୁମ ହୃଦୟକୁ ରାସ୍ତା...


ବାଟ ଭୁଲା ପଥିକ ଟିଏ ପରି..

କ୍ଷୁଧାତ୍ର ଯାଯାବର ପରି..

ପରାସ୍ତ ରାଜା ଟିଏ ପରି..

ଲକ୍ଷ ହୀନ ମନ ଟିଏ ପରି...


ପରିଚୟ ହୀନ ଭିକ୍ଷୁକ ମୁଁ..

ମାଗିବି ତୁମ ହୃଦୟର ଭିକ୍ଷା....

ଆଉ ଥରେ ଯିବି ପ୍ରିୟା ତୁମରି ଗାଁ..


ଆଉ ଥରେ ଛିଡ଼ା ହେବି..

ତୁମ ଗାଁ ନଈ ପଠା ରେ..

    ଅଚିହ୍ନା ନାଉରି ଟିଏ ପରି...


ଆଉ ଥରେ ଲୁଚି ଦେଖିବି..

ତୁମ ଗାଁ କ୍ଷେତ ରୁ...

    ବିକୃତ ପାଳ ଭୂତ ପରି..


ଆଉ ଥରେ ଅପେକ୍ଷା କରିବି..

ତୁମ ଗାଁ ଦଣ୍ଡା ରେ..

     ଅଚିହ୍ନା ଯୁବକ ଟି ପରି....


ଆଜି ବି ତୁମକୁ ଦେଖିବାକୁ..

ଇଛା ହୁଏ ପ୍ରିୟା...

  ସେଇ ପୁରୁଣା ପ୍ରେମିକ ପରି....

  ସେଇ ପୁରୁଣା ପ୍ରେମିକ ପରି....


ଆଉ ଥରେ ଯିବି ପ୍ରିୟା ତୁମରି ଗାଁ.... 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance