STORYMIRROR

Nrusingha Narayan Tripathy

Comedy Inspirational Others

4  

Nrusingha Narayan Tripathy

Comedy Inspirational Others

ଆଉ କେତେ ଦିନ

ଆଉ କେତେ ଦିନ

1 min
333


ଆଉ କେତେଦିନ  ନୀରବ ରହିଣ

ଦେଖିବା ହୋଇ ଦର୍ଶକ

ଗରିବ କଲ୍ୟାଣ ଯୋଜନା କରିଣ

ପ୍ରଗତି ହେବ ସାର୍ଥକ ll


କର ଦେଇ ଦେଇ ହତାଶ ହୋଇକି

ଜନତା ଶୋଇକି ରୁହେ

ମାଗଣା ଖାଦ୍ୟରେ ରଖିକି ମନରେ

ଅଣଚାଶ ତାର ବହେ ll


 ମାଲିକ ଜନତା ବାଛି ତାର ନେତା

ଶାସନରେ ସରକାର

ଆଦେଶ ପାଳନ ଚାକର ରହିଣ

ଚାକିରିଆ କାର୍ଯ୍ୟଭାର ll


ଏଠାରେ ଜନତା ସାଥି ଦରିଦ୍ରତା

ସେବକ ଯେ କୋଟିପତି

ଚାକର ଦରମା ଲଙ୍ଘି ସବୁ ସୀମା

ଅଣାୟତ୍ତ ଅର୍ଥ ନୀତି ll


ସେବା କରିବାକୁ ତ୍ୟାଗ ସ୍ୱୀକାରକୁ

ନାମକୁ କଳଙ୍କ କରି

ନେତା ଲୁଟେ ଧନ ପାଏ ସନମାନ

ଦରମା କୁ ବୃଦ୍ଧି କରି ll


ଚାକିରି  କରିକି ଦରମା ପାଇକି

ସେବା ନାମେ ଲାଞ୍ଚ ନେଇ

ଲୁଟେ ସମାଜକୁ ଧରିକି ସ୍ୱାର୍ଥକୁ

ଭାତୃତ୍ୱ ଗୁଣ ହଜାଇ ll


ପ୍ରତିଭା ଥାଇକି  ପାଏନା ଚାକିରୀ

କାଳ ବିଷ ସଂରକ୍ଷଣ

ଅଯୋଗ୍ୟ ଏଠାରେ ରହି ପଦବୀରେ

ସମାଜ କରେ ଲୁଣ୍ଠନ ll


ସତୁରୀ ବର୍ଷରେ ବିନା ଚାକିରୀରେ

ସଂରକ୍ଷଣ ପାଇଁ ଦାବି

ଧନ୍ୟରେ ଜନତା ଚାତକେ ରହିଥା

ଦାବି କଥା ଭାବି ଭାବି ll


ଜାତି ରାଜନୀତି ଭ୍ରଷ୍ଟ ରାଷ୍ଟ୍ର ନୀତି

ମଣିଷ ଗୋଟିଏ ଜାତି

ଛାଡି ଭୋଟ ନୀତି  କଲେ ଦେଶ ଭକ୍ତି

ସଭିଙ୍କ ହେବ ପ୍ରଗତି ll


ମାଗଣା ଚାଉଳ  ସମାଜର କାଳ

ଅକର୍ମା ସାଜେ ବେକାର

କର ହ୍ରାସ କର କରେ କର୍ମ କର

ପ୍ରୋତ୍ସାହନ ପ୍ରଗତିର ll


ଶିକ୍ଷାରେ ସଂସ୍କାର ନାମେ ନିରକ୍ଷର

ଅସଭ୍ୟତା ଭୟଙ୍କର

ନୈତିକ ପତନ ଧ୍ବଂସର କାରଣ

ବେଦ ଶିକ୍ଷା ନିତି କର ll


ଯୌନ କେଳେଙ୍କାରୀ ଆବେଗ ପ୍ରସାରି

 ମିଡ଼ିଆର ରୋଜଗାର

ବିପଥ ରେ ଶିଶୁ କଟକଣା ବସୁ

ସଂସ୍କୃତି କର ପ୍ରସାର ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy