STORYMIRROR

Jasoda Majhi

Children

4  

Jasoda Majhi

Children

ଆସରେ ଜାଣିବା ବାରଗୋଟି ମାସ

ଆସରେ ଜାଣିବା ବାରଗୋଟି ମାସ

1 min
273

ବୈଶାଖ ଜୈଷ୍ଠ ଦୁଇଗୋଟି ମାସ

ପ୍ରଚଣ୍ଡ ତପତ ଖରା,

ଖରାର ପ୍ରକୋପ ସହି ନ ପାରିଣ

ଫାଟିଯାଏ ବସୁନ୍ଧରା.... ll


ଆଇସକ୍ରିମ, ମାଜା, ଫ୍ରୁଟି, କୋକାକୋଲା

ଦୋକାନେ ଲାଗଇ ଭିଡ଼,

ମାଠିଆରେ ପାଣି ତରଭୁଜ ଲେମ୍ବୁ 

ଘରେ ଥାଏ ଭରପୁର.... ll


ଆଷାଢ଼ ଶ୍ରାବଣ ଆସିଗଲା ପରେ

ମାଟି ହୁଏ ସୁଶୀତଳ

ସବୁଜ ରଙ୍ଗରେ ସାଜଇ ପୃଥିବି

ପବନ ହୁଏ ନିର୍ମଳ.... ll


ଘମାଘୋଟ ବର୍ଷା ସଙ୍ଗରେ ବିଜୁଳି

ଘଡ଼ଘଡ଼ି ଚଉଦିଶେ,

ସବୁଜିମା ଭରା କ୍ଷେତରେ ଫସଲ

ମନ ଆନନ୍ଦରେ ହସେ... ll


ଭାଦ୍ରବ ଆଶ୍ୱିନ ମାସ ଯେ ସୁନ୍ଦର

ଚାଷୀଭାଇଙ୍କର ପାଇଁ,

ମାଆ ଅର୍ନ୍ନପୂର୍ଣ୍ଣା ପୂଜା ପାଇଥାନ୍ତି

ହୁଏ ପର୍ବ ନୂଆଖାଇ... ll


 ବରଷ ଯାକର ପ୍ରଥମ ଅମଳ

 ମାଆଙ୍କୁ କରି ଅର୍ପଣ,

 ଖୁସି ହରଷରେ ରାଗ ରୁଷା ଭୁଲି

 ସର୍ବେ କରନ୍ତି ଭକ୍ଷଣ... ll


ବାରମାସ ମଧ୍ୟେ ଶ୍ରେଷ୍ଠ ଦୁଇ ମାସ

କାର୍ତ୍ତିକ ଓ ମାର୍ଗଶିର,

ଚାଷୀଭାଇ ନିଜ ଅମଳକୁ ଘେନି

ଫେରିଥାଏ ନିଜ ଘର.... ll


କାର୍ତ୍ତିକ ମାସରେ କାର୍ତ୍ତିକ ପୂର୍ଣ୍ଣିମା 

ମାର୍ଗଶିରେ ଲଷ୍ମୀପୂଜା,

ଚତୁଃର୍ଦିଗ ସାରା ସୁବର୍ଣ୍ଣ ଫସଲ

ସୁନାର ରଙ୍ଗରେ ସଜା.... ll


ପୋଉଷ ମାସରେ ପୁନେଇଁ ପରବ

ମଣ୍ଡା ପିଠା ଲାଗେ ମଜା,

ମାଘ ମାସ ଠାରୁ ବିବାହ ପରବ

ହୋଇଥାଏ ସାଜସଜା.... ll


ହୋଇଥାଏ ନବଦମ୍ପତିଙ୍କ ଭେଟ

ହୋଇଥାଏ ବିଭାଘର,

ଝିଅଟିଏ ନୂଆ ବୋହୂଟିଏ ସାଜି

ଚାଲିଯାଏ ଶାଶୁ ଘର.... ll


ଆସେ ଫାଲଗୁନ ମାଘମାସ ପରେ

ତହୁଁ ଆସେ ଚୈତ୍ରମାସ,

କୋଇଲି କଣ୍ଠର କୁହୁ କୁହୁ ତାନ

ଫୁର୍ତ୍ତି କରେ ପରିବେଶ... ll


ଗଛ ଗୁଡ଼ିକରୁ ପତ୍ର ଝଡା ହୁଏ

ନୁଆଁ ପତ୍ର ହୁଏ ଭରି,

ସେହିପରି ଆମ ବାରଗୋଟି ମାସ

ଯାଏ ପୁଣି ଆସେ ଫେରି... ll 


    


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children