STORYMIRROR

Dr.Sashi Bhushan Mohapatra

Romance

3  

Dr.Sashi Bhushan Mohapatra

Romance

ଆସିଲେ କହିବି

ଆସିଲେ କହିବି

1 min
185


ଆସିଲେ କହିବି ତୁମକୁ

ଭଲ ପାଇବାର ଦିନ ସବୁ

କେମିତି ଆଖିରେ ଲହଡି ଭାଙ୍ଗେ,

ବଂଶୀ ତୁହାଇ ତୁହାଇ

କେମିତି ତୁମ ନାଁ ଫୁଙ୍କେ ।


ସୁନାର ହରିଣୀ ଡେଇଁ ଡେଇଁ

କେମିତି ଆଖିରେ ଝଲସେ,

କେମିତି ଦାନ ବାନ୍ଧି ଥାଏ

ଶାମୁକା ଭିତରେ ମୁକ୍ତାଟିଏ ।

ପକ୍ଷୀଙ୍କ କୁଜନରେ କେମିତି

ତୁମ ସ୍ମୃତିର ଗଜଲ ବାଜୁଥାଏ ,

ପକ୍ଷୀ ଓ ପକ୍ଷୀଣୀ କେମିତି

ଚଞ୍ଚୁରେ ଚଞ୍ଚୁ ଘସି

ପରସ୍ପରକୁ ମନ କଥା କହୁଥାଏ ।


ଲୋଡ଼ା ନାହିଁ ମୋର

ସେଇ କାମନା

ଯାହା ଦେହକୁ ଜାଳେ

ବିଷର ଜ୍ୱାଳାଠୁ

ଆହୁରି ଜ୍ବଳନ

ଯାହା ଦେହରୁ ମନକୁ ଚରେ ।

ଲୋଡ଼ା ନାହିଁ ମୋର

ଦେହ କି ଦେହର ଉସ୍ମତା,

ଲୋଡ଼ାଟିକେ ବିଶୁଦ୍ଧ ଚିତ୍ତରେ

ତୁମ ଶାଶ୍ୱତ ପ୍ରେମର ଅମୃତ ।

********



Rate this content
Log in

Similar oriya poem from Romance