STORYMIRROR

Bidyutprabha Gantayat

Romance

2  

Bidyutprabha Gantayat

Romance

ଆସିବାର ବେଳ

ଆସିବାର ବେଳ

1 min
14K


...................

ବେଳ ତ ହୋଇନଥିଲା

ନଥିଲା ପ୍ରତୀକ୍ଷା

ତୁମ ପାଇଁ ସ୍ବାଗତିକା

ତୋରଣ କି ଫୁଲହାର

ହଠାତ୍ ଏମିତି ଅବେଳରେ

ଚମକାଇ ଆସିଲ ଯେ !

ସଦ୍ୟ ତରଳ ନଦୀର ପାଣି

ଋତୁର ବେଢ଼ାରୁ

ମୁକୁଳିବା ଯାଏ

ନିଃସର୍ତ୍ତ ତୁମ ଆଗରେ

ଫେରାଦ୍ ହେବା ପାଇଁ

ଶବ୍ଦଟିଏ ସାଉଁଟିବା ଯାଏ

ଅନ୍ତତଃ ଥରଟିଏ

ଇସାରା କଲନି।

ସ୍ବାଭିମାନର ଫୁଲଦାନୀରୁ

ଫୁର୍ସତର ଅତିରିକ୍ତ ଫୁଲଟିକୁ

କାଢ଼ି ନେବା ଯାଏ

ଅପେକ୍ଷା କଲନି

ହଠାତ୍ ଏମିତି

ଚମକାଇ ଆସିଲ ଯେ।

ଡ଼.ବିଦ୍ୟୁତପ୍ରଭା ଗନ୍ତାୟତ


Rate this content
Log in

Similar oriya poem from Romance