ଆସିବ କି ଫେରି ରଜନୀ ଅନ୍ତେ
ଆସିବ କି ଫେରି ରଜନୀ ଅନ୍ତେ
ଯେ ରଜନୀ ଫେରିଯାଏ ପ୍ରଭାତ ଆଗତେ
ପୁଣି ପ୍ରତୀକ୍ଷାରେ ଥାନ୍ତି ଜହ୍ନ ତାରା ଯେତେ
ଭାସି ଆସେ ନିଶାର୍ଦ୍ଧରେ ଶେଫାଳି ବାସନା
କୁହ ସାଥି ପ୍ରେମେ କିବା ନ ହୁଅ ଆନମନା !!
ପ୍ରତି କ୍ଷଣେ ଝୁରେ ମୁହିଁ ତବ ଆଲିଙ୍ଗନ
ଅପେକ୍ଷାରେ ମୁଦ୍ରିତ ମୋ ବେନି ନୟନ
ଉଷା ଆସେ ସୁରୁଜର ମୁରୁଜ ଛିଟାରେ
କୋଇଲି କୁହୁତାନ ଝୁରି ମୋତେ ମାରେ !!
ଶ୍ରାବଣର ଧାରାକୁ ମୁଁ ପଚାରଇ ଯେବେ
କୁହେ ପ୍ରିୟ ଆସୁଛନ୍ତି ମଳୟର ସଙ୍ଗେ
ପ୍ରକୃତି ବୁକୁରେ ଯେତେ ଅମୃତର ବିନ୍ଦୁ
ମନେ ଜୋଛନା ଜୁଆର ପୂର୍ଣ୍ଣମୀର ଇନ୍ଦୁ !!
ପ୍ରେମ ପୂଣ୍ୟତୋୟା ମୋର ହୃଦ ପରିଯନ୍ତେ
ସାଥୀ ତୁମେ ଫେରିଆସ ଏ ରଜନୀ ଅନ୍ତେ !!

