STORYMIRROR

Gangotri Priyadarshini

Romance

3  

Gangotri Priyadarshini

Romance

ଆସିବ କି ଫେରି ରଜନୀ ଅନ୍ତେ

ଆସିବ କି ଫେରି ରଜନୀ ଅନ୍ତେ

1 min
260

ଯେ ରଜନୀ ଫେରିଯାଏ ପ୍ରଭାତ ଆଗତେ

ପୁଣି ପ୍ରତୀକ୍ଷାରେ ଥାନ୍ତି ଜହ୍ନ ତାରା ଯେତେ

ଭାସି ଆସେ ନିଶାର୍ଦ୍ଧରେ ଶେଫାଳି ବାସନା

କୁହ ସାଥି ପ୍ରେମେ କିବା ନ ହୁଅ ଆନମନା !!

ପ୍ରତି କ୍ଷଣେ ଝୁରେ ମୁହିଁ ତବ ଆଲିଙ୍ଗନ

ଅପେକ୍ଷାରେ ମୁଦ୍ରିତ ମୋ ବେନି ନୟନ

ଉଷା ଆସେ ସୁରୁଜର ମୁରୁଜ ଛିଟାରେ

କୋଇଲି କୁହୁତାନ ଝୁରି ମୋତେ ମାରେ !!

ଶ୍ରାବଣର ଧାରାକୁ ମୁଁ ପଚାରଇ ଯେବେ

କୁହେ ପ୍ରିୟ ଆସୁଛନ୍ତି ମଳୟର ସଙ୍ଗେ

ପ୍ରକୃତି ବୁକୁରେ ଯେତେ ଅମୃତର ବିନ୍ଦୁ

ମନେ ଜୋଛନା ଜୁଆର ପୂର୍ଣ୍ଣମୀର ଇନ୍ଦୁ !!

ପ୍ରେମ ପୂଣ୍ୟତୋୟା ମୋର ହୃଦ ପରିଯନ୍ତେ

ସାଥୀ ତୁମେ ଫେରିଆସ ଏ ରଜନୀ ଅନ୍ତେ !!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance