ଆଶିଷ
ଆଶିଷ
ପିତା ମୋର ଢାଳି ଦିଅ ଆକାଶର ଆଶୀର୍ବାଦ
ଜନନୀ ପତାଇ ଦିଅ ଧରଣୀର ବକ୍ଷ୍
ସ୍ନେହ ଶୁଭାଶୀ ଷ ତଳେ
ବିଶାଳ କୋମଳ କୋଳେ
କି ପାଇଁ ନିଜକୁ କ୍ଷଣେ ମଣିବି ନିରକ୍ଷ୍ମ ।
ସେନେହ ପରଶ ତବ ଦିଅ ସହୋଦର ମୋର
ଭଗିନୀ, ବରଷି ଦିଅ ସମା ଦର ରାଶି
ଏତେ ସ୍ନେହ, ଏତେ ପ୍ରେମ
ଲଭି କିମ୍ପା ମ୍ରିୟମାଣ ?
ଦୂରେ ଆଜି ସବୁ ବ୍ୟଥା ଯାଉ ମୋର ଭାସି
ପ୍ରକୃତିର ଛତ୍ରେ ଛତ୍ରେ ପୂରି ଅଛି ଏ ଜଗତ
ସ୍ନେହ ଭରା ଆଶିଷ ର ପରମ ଇଙ୍ଗିତ
ବିଶ୍ଵ ପ୍ରତି ରନ୍ଧ୍ ଧରି
ଯେ ତେଣୁ ରହିଛି ଭରି
ପ୍ରତିଟରେ ଆଶିଷ ର କଲ୍ୟାଣ ସଙ୍ଗୀତ ।
