STORYMIRROR

Manjula Acharya

Classics

3  

Manjula Acharya

Classics

ଇନ୍ଦ୍ରଧନୁ

ଇନ୍ଦ୍ରଧନୁ

1 min
224


ତୁମେ ଚିତ୍ରିତ ସୁଦୂର ଆକାଶେ

ଅଲୀକ ଆଲୋକର ପ୍ରକାଶେ

ମେଘ ବିନ୍ଦୁର ଅନ୍ତର ଭେଦି

ସପ୍ତ ରଙ୍ଗର ବର୍ଣ୍ଣାଳି ବିସ୍ତାରି

ଆକାଶ ବୁକୁରେ ରୂପ ମହକାଇ

ବିଚିତ୍ର ପ୍ରକୃତିର ଶୋଭା ବଢାଇ

ମୁଗ୍ଧ ବିସ୍ମୟେ କର ଯେ ଚକିତ

ତୁମେ ତ କ୍ଷନିକରେ ପ୍ରତିଭାତ

ମହାବିଶ୍ୱର ଏକ ବିସ୍ମୟ ତୁମେ

ମାନବ ତୁମକୁ ପାରେ ନା ଛୁଇଁ 

ମନେ ଭରି ଦିଅ ଖୁସିର ପୁଲକ

ଉଛୁଳି ଉଠେ ଆହା ଜୀବନ ନଈ 

ବାଦାମି ରଙ୍ଗ ସୂଚାଏ ମାଟି 

ମାଟି ଆମ ମା ଭୁଲି ଯିବନି ଟି

ଘନ ନୀଳ ସମୁଦ୍ରର ଜଳ

ଜୀବନେ ଫୁଟୁ ଆଶା କମଳ

ନୀଳ ନୀଳ ସୁଦୂର ଗଗନ

ଭକ୍ତି ଭାବେ ହୁଅ ମଗନ

ସବୁଜ ଧରଣିର କୋଳେ

ଜୀବନ ଯେ ଗଡ଼ି ଚାଲେ

ହଳଦୀ ରଙ୍ଗ ଦେହେ ମାଖି

ନିର୍ବାଣ ପଥରେ ଚାଲ ସାଥୀ

ରକ୍ତିମ ସୂରୁଜ ବିଛାୟେ ମୁରୁଜ

ନାରଙ୍ଗୀ ରଙ୍ଗର ପସରା ମେଲାଇ

ରଙ୍ଗରେ ଭରୁ ସଭିଙ୍କ ଜୀବନ

ମଳିନ ନ ହେଉ କାହାରି ମନ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Manjula Acharya

ବରଷା

ବରଷା

1 min ପଢ଼ନ୍ତୁ

ଜୀବନ

ଜୀବନ

1 min ପଢ଼ନ୍ତୁ

ଆଶିଷ

ଆଶିଷ

1 min ପଢ଼ନ୍ତୁ

Similar oriya poem from Classics