ବରଷା
ବରଷା
1 min
144
ଦେଖ ଦେଖ ଆସେ ନବଯୌବନା ବରଷା
ତା ସାଥେ ଆସେ ହେମାଳ ପବନ ସହସା ।
ବରଷା ରାଣୀର ନୂପୂର ବାଜେ ରିମିଝିମି
ବିଜୁଳି ଜେମା ହସୁଛି ଦେଖ ଥମି ଥମି ।
ମାଦଳ ବଜାୟେ ମେଘ ଗୁରୁଗୁରୁ ରବେ
କଳା ଘନ ଭାସେ ଘନ ଘନ ହୋଇ ନଭେ।
ବରଷା ସ୍ନାତ ଏ ମହୀ ଦିଶେ କେଡ଼େ ସୁନ୍ଦର
ଚାଲ ଚାଲ ଯିବା ଘାଟକୁ ହେଲାଣି ବେଳ ଉଛର।
ଦାଦୁରି ଡାକ, କେକା ନାଚ, ସାଧବ ବୋହୂ ମେଳା
ବହେ ଅବିରତ ଜଳଧାରା, ଏ ଯେ ଶ୍ରାବଣ ବେଳା
ଛଳ ଛଳ ଭରା ନଈ, କୁଳୁ କୁଳୁ ଯାଏ ବହି
କବି ଲେଖେ ମେଘଦୂତ ସୁଦୂର ଆକାଶେ ଚାହିଁ ।
ବରଷାର ସୁମଧୁର ସଙ୍ଗୀତେ ମନ ଯେ ଆନମନା
ଅପରୂପ ସୃଷ୍ଟି ଏବରଷା ମନେଭରେ କେତେ ଭାବନା ।
ବରଷା ରଜନୀରେ ପ୍ରିୟତମା ଝୁରେ ତା ପ୍ରୀୟକୁ
କୁଞ୍ଜବନେ ବଂଶୀ ବାଜଇ ଯମୁନା ଡାକେ ରାଧାକୁ।
