STORYMIRROR

Manjula Acharya

Others

3  

Manjula Acharya

Others

ବରଷା

ବରଷା

1 min
149

ଦେଖ ଦେଖ ଆସେ ନବଯୌବନା ବରଷା

ତା ସାଥେ ଆସେ ହେମାଳ ପବନ ସହସା ।


ବରଷା ରାଣୀର ନୂପୂର ବାଜେ ରିମିଝିମି

ବିଜୁଳି ଜେମା ହସୁଛି ଦେଖ ଥମି ଥମି  ।


ମାଦଳ ବଜାୟେ ମେଘ ଗୁରୁଗୁରୁ ରବେ

କଳା ଘନ ଭାସେ ଘନ ଘନ ହୋଇ ନଭେ।


ବରଷା ସ୍ନାତ ଏ ମହୀ ଦିଶେ କେଡ଼େ ସୁନ୍ଦର

ଚାଲ ଚାଲ ଯିବା ଘାଟକୁ ହେଲାଣି ବେଳ ଉଛର।


ଦାଦୁରି ଡାକ, କେକା ନାଚ, ସାଧବ ବୋହୂ ମେଳା

ବହେ ଅବିରତ ଜଳଧାରା, ଏ ଯେ ଶ୍ରାବଣ ବେଳା 


ଛଳ ଛଳ ଭରା ନଈ, କୁଳୁ କୁଳୁ ଯାଏ ବହି

କବି ଲେଖେ ମେଘଦୂତ ସୁଦୂର ଆକାଶେ ଚାହିଁ ।


ବରଷାର ସୁମଧୁର ସଙ୍ଗୀତେ ମନ ଯେ ଆନମନା

ଅପରୂପ ସୃଷ୍ଟି ଏବରଷା ମନେଭରେ କେତେ ଭାବନା ।


ବରଷା ରଜନୀରେ ପ୍ରିୟତମା ଝୁରେ ତା ପ୍ରୀୟକୁ

କୁଞ୍ଜବନେ ବଂଶୀ ବାଜଇ ଯମୁନା ଡାକେ ରାଧାକୁ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Manjula Acharya

ବରଷା

ବରଷା

1 min ପଢ଼ନ୍ତୁ

ଜୀବନ

ଜୀବନ

1 min ପଢ଼ନ୍ତୁ

ଆଶିଷ

ଆଶିଷ

1 min ପଢ଼ନ୍ତୁ