ଆଶିଷ ଦିଅ ହେ ଗଣେଶ ବିଘ୍ନେଶ
ଆଶିଷ ଦିଅ ହେ ଗଣେଶ ବିଘ୍ନେଶ
ଆଶିଷ ଦିଅ ହେ ଗଣନାଥ ବିଘ୍ନେଶ
ତୁମେ ଜଗତେ କରୁଛ ଜ୍ଞାନ ପ୍ରକାଶ,
ତୁମ ନିକଟେ ରଖି ଭରସା ବିଶ୍ଵାସ
କରୁଛି ମୁଁ ପ୍ରାର୍ଥନା ରଜନୀ ଦିବସ।
ହେ ପ୍ରଭୁ ଗଜାନନ ତୁମେ ବିଘ୍ନେଶ୍ୱର
ତୁମ ମାତା ପାର୍ବତୀ ପିତା ମହେଶ୍ଵର,
ତୁମେ ଅନନ୍ତ ଜ୍ଞାନଶକ୍ତୀର ଭଣ୍ଡାର
ଜ୍ଞାନଦାନେ ଜଗତର କଲ୍ୟାଣ କର।
ସିନ୍ଦୂର ଚର୍ଚ୍ଚିତ ସୁନ୍ଦର ତୁମ ରୂପ
ତୁମେଠାରେ ବିଦ୍ୟା ବୁଦ୍ଧି ଜ୍ଞାନ ଅମାପ,
ଅନ୍ତରରେ ଜାଳି ଦିଅ ଜ୍ଞାନର ଦୀପ
ଦୂର ହେଉ ଅଜ୍ଞାନତାର ଅଭିଶାପ।
ତୁମେ ପ୍ରଭୁ ବିଦ୍ୟାଦାତା ବିଘ୍ନନାଶକ
ମୁଁ ଦୁର୍ଗମ ଅଜ୍ଞାନ ପଥର ପଥିକ,
ତୁମ ଆଶ୍ରୟରେ ରଖି ଜୀବନ ଯାକ
କୃପା କରି ଦିଅ ଜ୍ଞାନ ବୁଦ୍ଧି ବିବେକ।
ଜୀବନର ପଥ ଦିଶଇ ଅନ୍ଧକାର
ସେ ପଥେ ଯିବାକୁ ଚାଲି ମାଡୁଛି ଡର,
ଜ୍ଞାନର ଆଲୋକ ଦେଖାଅ ହେ ନିରନ୍ତର
ତୁମ ଶରଣରେ ରହି କରୁଛି ଜୁହାର।
