STORYMIRROR

Manorama Mohanty

Classics

4  

Manorama Mohanty

Classics

ଆସ ମା ଗୋ ଦଶଭୁଜା

ଆସ ମା ଗୋ ଦଶଭୁଜା

1 min
191

ଆସିବେ ମାଆ ମୋ ଆସିବେ ସଖୀଲୋ 

       ଶୁଣିବାକୁ ଆମ ଗୁହାରି 

ଓଡିଶା ରାଇଜ ଆନନ୍ଦ ମୁଖର

       ବାଜେଢୋଲ ଶଙ୍ଖମହୁରୀ¡

କାହିଁକେତେ ଦୂରୁ ପ୍ରିୟ ପରିଜନ 

      ଆସିଲେଣି ନିଜ ଘରକୁ 

ମାଆଙ୍କର ଏହି ଶାରଦୀୟ ପୂଜା   

      ଉପଭୋଗ କରି ନେବାକୁ!!

ଆଠ ଦଶ ଦିନ  ଆଡ଼ମ୍ବର ଚାଲେ 

      ଯୋଡିଯାଏ ଭାବ ବନ୍ଧନ 

ମାନଅଭିମାନ  ଭୁଲି ହୋଇଯାଏ 

      ହସଖୁସିର ଏ ମିଳନ !!!

ଏହା ପରା ଆମ ପ୍ରାଚୀନ ସଂସ୍କୃତି 

      ବାରମାସେ ତେର ପରବ

ଭାଇଚାରା ର ଏ ପୁଣ୍ୟ ପରମ୍ପରା 

      ଓଡିଶାର ଗର୍ବ ଗୌରବ !!!

ବଡ଼ ଧୁମଧାମେ ଚାରିଆଡେ ଖାଲି 

      ଝଲସେ ମାଆଙ୍କ ମୂରତି 

ଗହଳ ଚହଳ ଲୋକ ମାଳ ମାଳ 

     ଦେଖିବାକୁ ସଞ୍ଜ ଆଳତି !!!

ପୁର ପଲ୍ଲୀ ଆଜି  ଉତ୍ସବ ମୁଖର

     ମାଆ ଦଶଭୁଜା ଆସିଛି 

ଘଣ୍ଟ ଘଣ୍ଟା ନାଦେ କମ୍ପୁଛି ମଣ୍ଡପ 

     ଗଗନ ପବନ ଛୁଉଁଛି !!!

ଆଦରରେ ଯିଏ ଜନ୍ମଦାତ୍ରୀବୋଲି 

     ସନ୍ତାନେ ଅଭୟ ଦିଅଇ 

ଦୁଃଖ କାହୁଁ ତାର ଜୀବନେଆସିବ 

      ମାଆ ରଖେ କାନିଘୋଡେଇ 

ପ୍ରତିବର୍ଷେ ଥରେ ଧରଣୀ ପୃଷ୍ଠରେ 

      ଦୁର୍ଗା ନାମ ଧରି ଆସନ୍ତି 

ମରତର ଦୁଃଖ ଉଷସିଵା ପାଇଁ 

     ଅସ୍ତ୍ର ଶସ୍ତ୍ର ଧରି ହସନ୍ତି !!!

ସେ ଅଭୟପାଦେ ଶରଣ ପଶୁଛି 

     ନିଜ ଗୁଣେ କ୍ଷମା ଦିଅ ମା 

ସଂସାର ଯାତନା ବହକି ପଡୁଛି 

     ସେ ପୁରେ ଫେରାଇନିଅ ମା!


Rate this content
Log in

Similar oriya poem from Classics