Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rabindra kumar Sahoo

Inspirational

3  

Rabindra kumar Sahoo

Inspirational

ଆସ କ୍ରାନ୍ତିବୀର

ଆସ କ୍ରାନ୍ତିବୀର

1 min
118


  

  ଆସ କ୍ରାନ୍ତିବୀର

   ଆସ ପୁନର୍ବାର

  ଏ ଧରା ଧାମରେ

   ଆଣ ତୁମେ ହେ ସଂସ୍କାର

  ଆସ ଆସ ପୁନର୍ବାର

   ଆସ କ୍ରାନ୍ତିବୀର ।


  ଏ କଳାର କାଳିମା

   ବାରେ ଧୌତ କର

  ଦେଶୁ ସମାଜୁ ହଟାଅ 

   ଦୁର୍ନୀତିର ଚେର

  ଉଣେଇଶ ବୟାଳିଶ ଅଗଷ୍ଟ ନଅର

  ଇତିହାସକୁ ପୁନର୍ଜୀବିତ କର

  ବେଦେଶୀ ଶୋଷକ ଶାସକ ଗୋଷ୍ଠୀଙ୍କୁ

  ଏହି ଦିନ ତୁମେ ଭାରତ ଛାଡ ପାଇଁ

   ସିନା ଆହ୍ଵାନ ଦେଲ

  ଆଜି ବି ଏ ଦେଶେ

  ଜରୁରୀ ପଡିଛି ଦ୍ଵିତୀୟ କ୍ରାନ୍ତିର ।


  ଶାନ୍ତି ପାଇଁ ଏ ଦେଶ

   ଆଜି ପୁନଃ କ୍ରାନ୍ତି ଚାହେଁ

  ଫୁଟିବାକୁ ହସ ସଭିଙ୍କ ମୁହେଁ

  ଦାନା କନା ପେଟ ପାଟଣା ପାଇଁ

  ପୁନର୍ବାର ଏ ଦେଶ କ୍ରାନ୍ତି ଚାହେଁ

  ବିଦେଶୀ ଶାସକ ଶୋଷକ 

   ସିନା ଏ ଦେଶୁ ଗଲେ ଚାଲି

  ତାଙ୍କ ସେ ଶାସନ ଶୋଷଣ ପଦ୍ଧତିକୁ

   ଏ ଯାଏଁ ଏ ଦେଶୀ ଶାସକ ଗୋଷ୍ଠୀ

   ନ ପାରନ୍ତି ଭୁଲି ।


  ଶାସନ ନାମେ ଶୋଷଣ ତନ୍ତ୍ରକୁ

   ହଟାଇବା ପାଇଁ

  ପୁନଃ ଜନ୍ମ ନିଅ ହେ

  ଏ ଭାରତ ବର୍ଷେ ତୁମେ କ୍ରାନ୍ତିବୀର

  ଜନ୍ମ ନିଅ ଜନ୍ମ ନିଅ

   ହେ ସୁବାଷ ବୋଷ 

  ତୁମେ ହେ ଆଜାଦ୍ 

  ତୁମେ ଗାନ୍ଧୀ ତିଳକ 

   ତୁମେ ହେ ଭଗତ୍

   ତୁମେ ହେ ଚନ୍ଦ୍ରଶେଖର ।


  ପୁନଃ ଜାଗରଣ ପାଇଁ

  ଶାନ୍ତି ମୈତ୍ରୀ ଓ ଏକତା ପାଇଁ

  ଶୋଷଣ ଲୁଣ୍ଠନ କଷଣ

   ଏ ଦେଶୁ ହଟାଇବା ପାଇଁ

  ହେ ଯୋଗଜନ୍ମା ମହାପୁରୁଷ ଗଣ

 ଏ ଭାରତ ଭୂଇଁ ରେ 

   ଅବତାର ନିଅ ପୁନର୍ବାର

  ଆଜିର ଦିବସେ 

   ଏ ଛାତ୍ର ସମାଜ ଯୁବ ସମାଜ

  କୃଷକ ଶ୍ରମିକ ଦଳିତ ସମାଜର

   ତୁମେ ଆହ୍ଵାନକୁ ରକ୍ଷା କର

  ଆସ ଆସ ପୁନର୍ବାର

   ଆସ କ୍ରାନ୍ତିବୀର ।


  ଶହୀଦର ରକ୍ତ ନୁହେଁଟି ବିଫଳ

   ଶହୀଦର ଆତ୍ମା ନୁହେଁଟିଦୁର୍ବଳ

  ସଂଗ୍ରାମୀର ସଂଗ୍ରାମ ନୁହେଁ ଅସଫଳ

  ଯୁବକ ଛାତ୍ର ଏ ଦିବସେ ତୁମେ ଶିକ୍ଷା କର

  ଅନ୍ୟାୟ ବିରୁଦ୍ଧେ ଉଠାଅ ତୁମେ ସ୍ୱର

  ଦାୟାଦ ତୁମେରେ

   ଗାନ୍ଧୀ ଗୋପବନ୍ଧୁ ସୁବାଷ ଭଗତର

  ଯୁବ ସମାଜର ଛାତ୍ର ସମାଜର

  ଯେତେ ଯୁବ ଗୋଷ୍ଠୀ 

  ନିଜକୁ ସଜାଅ ତୁମେ କ୍ରାନ୍ତିବୀର

  ଶପଥ ନେବା ସଭିଏଁ ଆମେ

  ସାଜିବା ନିଜକୁ ଜଣେ ଜଣେ କ୍ରାନ୍ତିବୀର

  ଏ ଦେଶୁ ହଟାଇବା ଶୋଷଣ କଷଣ

  ଆସ ବୁଦ୍ଧିଜୀବି ଆସ ଜ୍ଞାନୀ ମାନୀ

   ସଜାଇବା ନିଜକୁ ଆମେ କ୍ରାନ୍ତିବୀର ।


  ସମୟ ଏବେ ଉପନୀତ ଆମର

   ସଜାଇ ନିଜକୁ ଦେଶ ଭକ୍ତ

  ଦେଶ ଭକ୍ତିର ନିଦର୍ଶନେ

  ନୀତି ଆଦର୍ଶକୁ ମନେ ପକାଇ

   ଆମ ପୂର୍ବ ପିଢିଙ୍କର

  ଆମ ମନ ଓ ଆତ୍ମାରେ

   ନୀତି ଆଦର୍ଶକୁ କରି ସଂଚାର

  ଏ ଦେଶୁ ହଟାଇବା ଆସ

   ଦୁର୍ନୀତି ଭ୍ରଷ୍ଟାଚାରର ଚେର

  ଆମ ମଧ୍ୟେ ସୃଷ୍ଟି କରି

  ଗାନ୍ଧୀ ଗୋପବନ୍ଧୁ ସୁବାଷ ଭଗତ୍

   ଆହ୍ଵାନ କରିବା 

  ଆସ ଆସ ପୁନର୍ବାର

  ଆସ କ୍ରାନ୍ତିବୀର

   ଗଢି ତୋଳିବା

  ଆମ ଦେଶ ସମାଜ ଓ ବିଶ୍ଵକୁ

   କରି ସରସ ସୁନ୍ଦର ।



Rate this content
Log in

Similar oriya poem from Inspirational