STORYMIRROR

Kabiratna Nutan Kumar Behera

Abstract Drama Action

3  

Kabiratna Nutan Kumar Behera

Abstract Drama Action

ଆସ ବାଣୀ ବୀଣାପାଣି

ଆସ ବାଣୀ ବୀଣାପାଣି

1 min
19


 ଆସ ବାଣୀ ବୀଣାପାଣି ବିଦ୍ୟାଦାୟିନୀ

  ପୂଜା ଅର୍ଚ୍ଚନା କରି ମାଗୁଛି ମାଗୁଣି,

       ମା' ରକ୍ଷା କାରିଣୀ 

       ବରାଭୟ ଦାୟିନୀ 

   ଆଶିଷେ ତୁମର ମୂରୁଖ ହୁଏ ଜ୍ଞାନୀ 

  ଶୁଣ ମାଆ ମୋର ହୃଦ ଆରତ ବାଣୀ।

   ଅଜ୍ଞାନ ଅନ୍ଧାର ଦୂରାଅ ବୀଣାପାଣି 

   ଆଶିଷ ପ୍ରଦାନ କର ଭକତି ଘେନି,

        ପୁସ୍ତକ ଧାରିଣୀ 

     ତୁମେ ତ ବୀଣାପାଣି,

  ଜ୍ଞାନ ଅଧିଷ୍ଠାତ୍ରୀ ଗୋ ବୁଦ୍ଧି ପ୍ରଦାୟିନୀ

 ଦୟା କରି ବାରେ ଦିଅ ଅଭୟ ବାଣୀ।

  କରୁଣା କର ମାଆ ଡାକ ମୋର ଶୁଣି

 ସଂସାରେ ପ୍ରାଣୀଙ୍କୁ କରାଆ ଗୋ ଅଗ୍ରଣୀ,

        ଆସ ବୀଣାପାଣି

       ତୋଳି ମଧୁ ରାଗିଣୀ,

ମାଆ ଗୋ ଦେବୀ ସାରଦା ବିଦ୍ୟାଦାୟିନୀ, 

 ଆସ ବାଣୀ ବୀଣାପାଣି କୃପା କାରିଣୀ।

  ତୁମେ ଜଗତ ଜନନୀ ଶୁଭ୍ର ବଦନୀ,

  ତୁମେ ଭାରତୀ ସରସ୍ଵତୀ ସୁଭାଷିନୀ।

       କଲ୍ୟାଣ କାରିଣୀ

       ଶୁକ୍ଳ ବସ୍ତ୍ର ଧାରିଣୀ, 

  କର୍ଣ୍ଣେ ତୁମର ଶୋଭେ ରତ୍ନ କୁଣ୍ଡଳିନୀ

 ଗଳାଦେଶେ ଲମ୍ବିଛି ମୋତିହାର ପୁଣି।

 ତୁମେ ବରଦା ଆଦିଶକ୍ତି ସ୍ଵରୂପିଣୀ,

ଆସ ବାଣୀ ବୀଣାପାଣି ହଂସବାହିନୀ,

      ଗୋ ବର ଦାୟିନୀ 

      ତୁମେ ହିତକାରିଣୀ, 

ସଂସାର ହିତେ ତୁମେ ଅଜ୍ଞାନ ନାଶିନୀ,

ଜ୍ଞାନର ଜ୍ୟୋତିରେ ନାଶ ଅମା ଯାମିନୀ।

ଶ୍ଵେତପଦ୍ମାସନୀ ମାଆ କୃପା କାରିଣୀ

 ଜାଳିଦିଅ ଉଜ୍ଜ୍ୱଳ ଆଲୋକ ରୋଷଣି,

      ଗୋ ବୀଣା ଧାରିଣୀ 

      ଜ୍ଞାନେ ହସୁ ଧରଣୀ,

  ଭାବ ଭକ୍ତିରେ ଶକ୍ତି ଦିଅ ମନ ଜାଣି,

 ଆସ ବାଣୀ ବୀଣାପାଣି ଜ୍ଞାନଦାୟିନୀ ।

       

    





ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract