STORYMIRROR

Sandipta Hota

Abstract

3.3  

Sandipta Hota

Abstract

ଅଭିଯୋଗ

ଅଭିଯୋଗ

1 min
121

ଚୁପ ରହିବା ମାନେ ନୁହେଁ

 ଅଭିଯୋଗ ନାହିଁ କିଛି,

ମାଳ ମlଲ ଅଭିଯୋଗ!

ଅଭିଯୋଗର ମୁଣି ବନ୍ଧାଥାଏ 

ପ୍ରସ୍ତର ମନରେ 

ଯେବେ ହେଲେ ଅସହ୍ୟ 

ବିସ୍ଫୋରଣ ହୁଏ 

ଲୁହ ଝରେ 

ହୃଦୟ ଫାଟେ 

ହେଲେ ସହଜେ ପାରେ ନା ପହଂଚି 

ପେଟ ରୁ ପାଟି ଯାଏଁ 

ତାର ବି କାରଣ ଅନେକ ଥାଏ 

କେବେ ଚଲାପଥ କଣ୍ଟକିତ ହେବାର ଭୟ 

ତ କେବେ ଅଯାଚିତ କଷ୍ଟ ରେ ଛନ୍ଦି ହେବାର ଭୟ 

 ମନେ ପଡେ ଲୋକ କଥା 

ବଡ ଲୋକ ଙ୍କୁ ଉତ୍ତର ନାହିଁ 

ଅଯଥା ଅଭିଯୋଗ କରିବା କାହିଁ |

କିଛି ଫିଙ୍ଗା ହୁଏ

ଆଉ କିଛି ପୁଣି ଭର୍ତି ହୁଏ 

ସେଇ ପୁରୁଣା ଭାୟାଳୁ ହୃଦୟରେ |


Rate this content
Log in

Similar oriya poem from Abstract