STORYMIRROR

Sangita Mishra Satapathy

Children

4  

Sangita Mishra Satapathy

Children

ଆରେ ମୋର କହ୍ନେଇ

ଆରେ ମୋର କହ୍ନେଇ

1 min
245


    

ତା ଥେତ ତାଥେଇ ତାଥେଇ

ମନ ମୋର ଆଜି ନାଚଇ

ଆରେ ମୋର କହ୍ନେଇ 

ସର ଲହୁଣୀ ଦେବି ମୁଁ ଖୁଆଇ

ପୀତ ବସନ ଦେବି ମୁଁ ପିନ୍ଧାଇ

ଚନ୍ଦନ ଟିପାରେ ଦେବି ମୁଁ ସଜାଇ

ଅଣ୍ଟାରେ ତୋହର ଘୁଙ୍ଗୁର ବାନ୍ଧିବି

ଚାଲିବୁ ତୁ ଝୁମ୍ ଝୁମ୍ ହୋଇ

ବଂଶୀ ଟିଏ ତୋ କଟିରେ ଖୋସିବି

ମୟୂର ଚନ୍ଦ୍ରିକା ଚୂଳରେ ବାନ୍ଧିବି

ଦେଖିବି ମୁଁ ଆଖି ପୂରାଇ

ଯାମଳା ଗଛରେ ବାନ୍ଧିବି ନାହିଁ ରେ

ଝୁଲାଇ ରଖିବି ବାହୁ ବନ୍ଧନରେ 

ହୃଦ ସିଂହାସନେ ମନ ବୃନ୍ଦାବନେ

ରଖିବି ତୋତେ ମୁଁ ବସାଇ

ଶୟନରେ ଅବା ସପନରେ ହେଉ

ମନ ଅଗଣାରେ ନାଚିଯା ରେ ତୁହି

ଆଣ୍ଠୁଆ ଗୋପାଳ ହୋଇ

ଜନମ ଜନମ ଆଶା ପୂରି ଯିବ

କୋଳେ ତୋତେ ଧରି ଦେଇ

ଆରେ ମୋର କହ୍ନେଇ 

ତୋ ବାଟ ରହିଛି ମୁଁ ଚାହିଁ ।


  




Rate this content
Log in

Similar oriya poem from Children