STORYMIRROR

Mamatamanjari Das

Abstract

3  

Mamatamanjari Das

Abstract

ଆର ଜନମରେ.....

ଆର ଜନମରେ.....

1 min
357

ତୁ'ଆସିବୁ ବୋଲିତ

ମୁଁ ଅନାଇ ଥିଲି କୋଉ ଯୁଗରୁ

ସବୁ ସ୍ୱପ୍ନକୁ ଏକାଠି କରି

ତୋ'ବାଟ ଦେଖୁଥିଲି, ରୂପ ଆଙ୍କୁଥିଲି

ପ୍ରତି ଫୁଲ ରେ ପତ୍ରରେ

ତୋର ବାସ୍ନା ପାଉଥିଲି


ତୁ'ମୋର ଜହ୍ନ ଟିଏ ହେବୁ

ନହେଲେ ସୂର୍ଯ୍ୟ ଟିଏ

ତୋର ଶୀତଳ ସ୍ପର୍ଶରେ ବଶ ହୋଇ ଯିବି

ନହେଲେ ଧୂ ଧୂ ଖରାରେ ଝାଉଁଳି ପଡିବି


ତୋ'ପାଇଁ ତ ମୋର

ସବୁ ତପସ୍ୟା, ସବୁ ଝଡ ଝନ୍ଜା ର ସାମ୍ନା

ତୁ ତ ମୋର ଅୟୁତ ଜନ୍ମର ଫଳଟିଏ

ତୋ ଆସିବା ବାଟକୁ ଚାହିଁ

ଦିନ ଗଣୁଥିଲି


ତୁ 'ଆସିବୁ,

ମୋ ଖୋଜିଲା ଆଖିକୁ ବନ୍ଦ କରିଦେବୁ

ତୋର କୋମଳ ହାତରେ

ମୁଁ ଚମକିଲା ବେଳକୁ

ତୁ'ଫିକ୍ କରି ହସିଦେଇ ଲୋଟିଯିବୁ

ମୋ ଲମ୍ବା ପଣତ ତଳେ


ହେଲେ ଦେଖ୍

ମୋ ସ୍ୱପ୍ନ ଆଜି ହଜି ଯାଇଛି

ମୁଁ ଆଜି ମୃତ୍ୟୁକୁ ଅପେକ୍ଷା କରିଥିବା

ଜୀବନ୍ତ ମଡାଟିଏ

ଦେଖ୍ ମୋ ହାତ ଆଜି କିପରି ଶକ୍ତିହୀନ

ତୋତେ ଧରି ରଖିବାରେ

ମୋ ମାତୃତ୍ୱ ଆଜି ଶୋଇଯାଇଛି

ନିଘୋଡ ନିଦରେ


ସବୁ ଆଜି ବିପର୍ଯ୍ୟସ୍ତ ମୋ ଭଙ୍ଗା କୁଡିଆରେ

ମୁଁ ପଙ୍ଗୁ ତତେ ସ୍ୱାଗତ କରିବାରେ

ତୁ'ଫେରିଯା ଫେରିଯା ଧନ

ଯଦି ପାରୁ ଆସିବୁ ପୁଣିଥରେ

ମୋ ପ୍ରତିକ୍ଷୀତ ମନର ଆରଜନମରେ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract