STORYMIRROR

Kabiratna Nutan Kumar Behera

Action Fantasy

3  

Kabiratna Nutan Kumar Behera

Action Fantasy

ଆପଣଙ୍କର ତ କଥାବାର୍ତ୍ତା ଠିକନାହିଁ

ଆପଣଙ୍କର ତ କଥାବାର୍ତ୍ତା ଠିକନାହିଁ

1 min
1K

ଆପଣଙ୍କର ତ କଥାବାର୍ତ୍ତା ଠିକ୍ ନାହିଁ 

ଖୋଜୁଛନ୍ତି ଯାହା ପାଇବେ କାହିଁ, 

ସକାଳେ କହୁଥିଲେ ପେଟରେ ଭୋକ ନାହିଁ 

ଦ୍ବିପ୍ରହର ହେଲା ବେଳକୁ ଆଉଟୁପାଉଟୁ 

ବ୍ୟସ୍ତ ହେଉଛନ୍ତି ଖାସ୍ ଖାଇବା ପାଇଁ। 

ଆପଣଙ୍କର ତ କଥାବାର୍ତ୍ତା ଠିକ୍ ନାହିଁ 

କାଲି କହୁଥିଲେ ଚାଷବାସରେ ଲାଭ ନାହିଁ, 

ଆଜି କହୁଛନ୍ତି ବେପାର ବଣିଜ ଭାରି ମାନ୍ଦା 

ଅଯଥା ପୁଞ୍ଜି ଖଟାଇବା କଣ ପାଇଁ ।

ଯଦି ଚାକିରି ଖଣ୍ଡେ ମିଳିଯାନ୍ତା ଆଉ 

ଟେନ୍ ସନ୍ କିଛି ରୁହନ୍ତା ନାହିଁ,

ଚାକିରି ମିଳିଗଲେ ନୟାନ୍ତ ଅଫିସ୍ ଧାଇଁ ଧାଇଁ,

ଦଣ୍ଡେ ଜିଇଁବାକୁ ଫୁର୍ ସତ୍ କାହିଁ ।

ଆପଣଙ୍କର ତ କଥାବାର୍ତ୍ତା ଠିକ୍ ନାହିଁ 

କଥାରେ କହୁଛନ୍ତି ପୁଅ ଯଦି ଯୋଗା ହେଲା 

ଧନ ସଞ୍ଚିବି ଆଉ କାହା ପାଇଁ,

ପୁଅ ଯଦି ଅଯୋଗା ହେଲା ସଞ୍ଚିବି କ'ଣ ପାଇଁ ।

କାମରେ କିନ୍ତୁ କଳାଗଣ୍ଡା ହିସାବ ଚାଲେ 

ଟିପ ଟିକେ ଛାଡିବାର ମତଲବ ନାହିଁ

ଧନ ପଛରେ ଧାଇଁଛନ୍ତି ଆଗକୁ ଚାହିଁ ଚାହିଁ।

ଆପଣଙ୍କର ତ କଥାବାର୍ତ୍ତା ଠିକ ନାହିଁ 

ଶୀତ ପଡିଲେ କହୁଛନ୍ତି ବାପ୍ ରେ ଥଣ୍ଡା

ବରଫ ପରି ପାଣି ଟିକେ ହେଉନି ଛୁଇଁ, 

ଖରା ଆସିଲେ କହୁଛନ୍ତି ଓଃ କି ଗରମ୍ 

ଆଖିରେ ନିଦ ଆସିଲାନି ସାରା ରାତି ରହିଛି ଚେଇଁ। 

ବରଷା ନ ହେଲେ କହୁଛନ୍ତି ଫାଟିଯାଏ ଭୂଇଁ

ଚାଷ ନ ହେଲେ କଅଣ ଖାଇ ରହିବା ଜିଇଁ

ଶୁଣାଇ ନୀତିବାଣୀ କହୁଛନ୍ତି ଏ ସଂସାରର 

କୁଣିଆଁ ଆମେ ଅଢେଇ ଦିନ ପାଇଁ, 

ଯିବାବେଳେ କିଛି ତ ବୋହି ନେବାର ନାହିଁ 

ତଥାପି କାମ ସରେ ନାହିଁ କି ବେଳ ଅଣ୍ଟେ ନାହିଁ

ସବୁବେଳେ ଧାଁ ଦଉଡ଼ରେ ହେଉଛନ୍ତି ଧଇଁସଇଁ। 

ଧନ ଆଡେ ରହିଛନ୍ତି ସବୁବେଳେ ମୁହାଁଇଁ 

ବୟସ ଖସି ସଞ୍ଜ ଆସିବା ଯାଏଁ ନଇଁ, 

ମିଛରେ ଖାଲି ରାଣ ପକାଉଛନ୍ତି ଆଖି ଛୁଇଁ 

ଯଥା ପୂର୍ବଂ ତଥା ପରଂ କିଛି ବଦଳୁଛି କାହିଁ। 

ଆପଣଙ୍କର ତ କଥାବାର୍ତ୍ତା ଠିକ୍ ନାହିଁ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action