STORYMIRROR

kamal kumar dash

Abstract Romance

3  

kamal kumar dash

Abstract Romance

ଆପଣାର ମତେ ଭାବି

ଆପଣାର ମତେ ଭାବି

1 min
11.8K

 


ସରଳ ହୃଦୟ   ସରଳ ମନକୁ 

  କିଏବା ପାରିବ କିଣି 

ସରଳ କଥାରେ   ସରଳ ପ୍ରୀତିରେ 

   ଯିବସେ ଦୁନିଆଁ କିଣି 


ଜୀବନଟା ପରା  ମାୟା ମରୀଚିକା 

    ସପନର ଚୋରାବାଲି 

ଯେତେ ପାଇଲେବି  ବାକି ରହିଯାଏ 

    ଲାଗେ କିଛି ଖାଲି ଖାଲି 


ତୁମେ ଗଲା ପରେ  ବଞ୍ଚିବା ଶିଖୁଛି 

   ସାଥି ତୁମ ଠାରୁ ଦୂରେ 

ତୁମ ପ୍ରୀତି ସୃତି   ଆଜି ବି ଭାବୁଛି 

   ମୋ ଜୀବନ ନଈ ଧରେ 


ତୁମ ନୀରବତା   କହେ କେତେ କଥା 

    କିଛି ମୁଁ ପାରୁନି ବୁଝି 

ଯଦି ବା ରାଗିଛ  କହିଦିଅ ଥରେ 

    ଆପଣାର ମତେ ଭାବି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract