STORYMIRROR

Diptimayee Biswal

Fantasy

3  

Diptimayee Biswal

Fantasy

ଆନନ୍ଦ ଗୀତି

ଆନନ୍ଦ ଗୀତି

1 min
13.6K


ହେଲା କି ନିଶି !

ତାରକା ରାଶି

ବାଦଲ ଫାଙ୍କୁ

ଦେଲେ କି ହସି !

କହେ କେ ଆସି

ଜହ୍ନଟା ରୁଷି

ଅନ୍ଧାର ଘରେ

ଲୁଚିଛି ବସି ।

ରାଇଜ ଛଡା

ବଉଁଶ ବୁଡା

ଭାରି ମନୁଆ

ମେଘ ବାପୁଡା ।

କରେ କଟାଳ

ଢାଳିବ ଜଳ

ରଖିବ ନାଇଁ

କା' ଥଳକୂଳ ।

ଅନ୍ଧାର ରାତି,

ଭରଇ ଭୀତି

ଅଜଣା ଡରେ

ଥରଇ ଛାତି ।

ସୁନା ବରନା

ସେ ମେଘ କନ୍ୟା

ଚହଟ ହସେ

ଆଣଇ ବନ୍ୟା ।

ଭସାଏ କା'ରେ

ବୁଡାଏ କା'ରେ

କାହାର ପୁଣି

ସକଳ ହରେ ।

ଏ ନିଶି ପାହୁ ।

ଏ ନିଶି ପାହୁ ।

ଆନନ୍ଦ ଗୀତି

ଏ ଧରା ଗାଉ ।




Rate this content
Log in

Similar oriya poem from Fantasy