Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Diptimayee Biswal

Fantasy

3  

Diptimayee Biswal

Fantasy

କବିର ଠିକଣା

କବିର ଠିକଣା

1 min
123


କାଲି ରାତି ପାହିଲା ବେଳକୁ

ଯଦି ମୁଁ ହଜିଯାଇଥିବି 

ଏଇ କଳା ଘୁମର ଅନ୍ଧାର ଭିତରେ

ଯେଉଁଠି ଛାଇ ବି ଦଗା ଦିଏ, ତମେ ଖୋଜିବ !


ତମେ ଖୋଜିବ ତ କୁହ

ମୁଁ ଡରିବିନି ଅନ୍ଧାରକୁ

ଅନ୍ଧାରରେ ଡରଉଥିବା  

ଅଶରୀରି ଆଖି ମାନଙ୍କୁ ।


ଅନ୍ଧାରର ଆଁ କେତେ ବଡ଼ କି !


ଆଲୁଅ ଖୋଜିବା ନିଶାରେ

ପହଁରି ସାରିଲିଣି ସମୁଦ୍ର ପରି ଅନ୍ଧାର

ତମେ ଚିମୁଟେ ଜହ୍ନରାତି

ଧାର୍ କରି ଆଣିପାରିବ ତ କୁହ

ମୁଁ ଗାଧେଇ ପଡିବି ସେତକରେ ।


ଶୁଣ, ଯଦି ତମେ ଖୋଜିବ

ଅଥଚ ପାଇବନି ମୋ ପାଦଚିହ୍ନ,

(ହୁଏତ ସୋରିଷ ମୁଠେ ବିଞ୍ଚିପାରିନଥିବି ରାସ୍ତାରେ)

ଉତ୍ତରରେ ଧ୍ରୁବ ତାରା ମୋର ସାକ୍ଷୀ

ତାକୁ ଇ ପଚାରିବ ।


ତମେ ଚାଲିପାରିବ ତ 

ଏତେ ରାସ୍ତା ମୋ ପଛରେ !

ସତର୍କ ଥିବ, ଚତୁର ବ୍ୟାଧ 

ଖୁଦ ବୁଣିଥିବ କେଉଁଠି । 


ମୁଁ ତମ ଅପେକ୍ଷାରେ 

ନଥିବି କେବେ ବି

ମିଶିଯାଇଥିବି ଅନ୍ଧାର ସହ 

ଅନ୍ଧାର ହେଇ

ତମେ ଚିରିପାରିବ ତ

ସେ ଅଭିଶପ୍ତ ଇନ୍ଦ୍ରଜାଲ !

ଯେଉଁଠି ନିରୁତା ଆଲୁଅ ବି

ଡାହାଣୀ ଆଲୁଅର ଭୟ ଦେଖାଏ ।


ଯଦି ଢେର୍ ଖୋଜିଲା ପରେ ବି

ମୋତେ ନ ପାଅ ଅବା ଥକିଯାଅ

ଓଲଟେଇବ ମୋ କବିତାର ପୃଷ୍ଠା ।

ସେଥିରେ ଲେଖାଥିବ ଠିକଣାଟିଏ

ସେଇ ଠିକଣାରେ ମୁଁ ଥିବି

ନିଶ୍ଚୟ ଥିବି ।

ପାରିବ ତ !


Rate this content
Log in

Similar oriya poem from Fantasy