Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Diptimayee Biswal

Others

3  

Diptimayee Biswal

Others

ତିନିପାଦ ଭୂମି

ତିନିପାଦ ଭୂମି

1 min
431



ପ୍ରଥମ ପାଦରେ ଈଶ୍ବରଙ୍କଠାରୁ 

ମାଗିନେଇଥିଲି ଯେଉଁ ମାଟି ଚାଖଣ୍ଡକ,

ସେଇଟିକୁ ଥୋକାଏ ମୋ ଘର କହିଲେ ତ

ଥୋକାଏ ସାହି ଵୋଲି କହିଲେ ।


ପୁଣି କେହି କେହି ସେଇ ଖଣ୍ଡକୁ 

ମୋ ଗାଁ, ରାଜ୍ୟ,ରାଷ୍ଟ୍ର ,

ମୋ ମାଆ ବୋଲି ବି କହିଲେ ।

ମୁଁ ସେତେବେଳେ ବି ନିର୍ବାକ୍ ଥିଲି

ଏବେ ବି ନିର୍ବାକ୍ ।


ଏଇଠି ଭେଟିଲି....... 

ଆଲୋକ ଅନ୍ଧାର,ସୁଖଦୁଃଖ

ମଞ୍ଜ ଥରା ଶୀତ, ଦୃପ୍ତ ବୈଶାଖ ।

ଏଇଠି ହିଁ ଅନୁଭବ କଲି 

କେଡ଼େ କ୍ଷୁଦ୍ର ମୁଁ !

କେଡ଼େ କ୍ଷୁଦ୍ର ମୋର ଅବୟବ ।


ଏଇଠି ଜୀବନର ଆକର୍ଷଣ,

ଏଇଠି ମୃତ୍ୟୁର ମହାକର୍ଷଣ ।

ଏଇଠି ସମ୍ପର୍କରେ ଅମୃତର ସ୍ବାଦ,

ପୁଣି ଗରଳ,କରାଳ ବିଷାକ୍ତ ।


ଦ୍ବିତୀୟ ପାଦରେ ସ୍ବର୍ଗ ବୋଲି

ଆଖି ବୁଜି ପାଦ ଥାପିଦେଲି ତ....

ଚାହିଁଲା ବେଳକୁ ମୋ ପାଦତଳେ 

ଏଇ ଚାଖଣ୍ଡେ ମାଟି,

ନେପଥ୍ୟରୁ ଶୁଭୁଛି.......

ଯଦି ସ୍ବର୍ଗ ବୋଲି କିଛି ଥାଏ

ତାହା ଏଇଠି, ଏଇଠି ।


ଏଇଠି ମଥା ଉପରେ 

ତେତିଶ କୋଟି ଦେବତାଙ୍କ ଆଶିର୍ବାଦ ।

ଏଇଠି ପାରିଜାତ, ଐରାବତ,

ନନ୍ଦନବନର ଅନିର୍ବଚନୀୟ ଆନନ୍ଦ ।


ଏ ସ୍ବର୍ଗ ମୋତେ ଆଶ୍ରୟ ଦେଲା,

ମୋତେ ମୁଁ ବୋଲି ପରିଚୟ ଦେଲା ।

ଏଇ ସ୍ବର୍ଗଟିର ସୁରକ୍ଷା ପାଇଁ

କେତେବେଳେ ନିଜକୁ ଆହୁତି ଦେଲି,

ତ ପୁଣି କେତେବେଳେ 

ନରମେଧ ଯଜ୍ଞ ଭିଆଇଲି ।


ତୃତୀୟ ପାଦରେ ......

କିଛି ମାଗିବାକୁ ହୁଏତ ନଥିଲା ।

ତଥାପି ତିନିପାଦ ଭୂମି 

ନେବାର ତ ଥିଲା ।

ଅନିଚ୍ଛାରେ ଶେଷ ପାଦ 

ରଖିଲି ଯେଉଁଠି, ଆଶ୍ଚର୍ଯ୍ୟ !

ସେ ବି ଏଇ ମାଟି ପରେ

ଶିବଲୋକ ଥିଲା ।


ଏଠି ସବୁ ସତ ମିଛ ହୁଏ,

ସବୁ ମିଛ ହୋଇଯାଏ ସତ ।

ବୁଝିହୁଏ ନିମିତ୍ତ ମୁଁ, ନିଜଠାରେ 

ନାହିଁ ମୋ ଆୟତ୍ତ ।


ଦେହ ଏଠି ଦାହ ହୁଏ,

ହୋଇଯାଏ ମୁଠାଏ ପାଉଁଶ ।

ରାଜା,ରଙ୍କ ଭେଦ ରହେନାହିଁ,

ରହେନାହିଁ ଅହଂ ଅବଶେଷ ।


ନିଜକୁ ସମର୍ପି ଦେଲି 

ନତଶିର,ନତଜାନୁ ହୋଇ ।

ଉର୍ଦ୍ଧ୍ବ ହସ୍ତ ହୋଇ ମାନିନେଲି

ଏଇ ଏକପାଦ ଭୂମି ଏକା ସତ୍ୟ

ତିନିପାଦ ଏକାକାର ଯହିଁ ।


ମାଗିନେଲି ..... 

ଏଇ ମାଟି ହେଉ 

ଶେଷ ଶଯ୍ୟା ,

ଏ ମାଟିରେ ଜଳୁ ମୋର ଦେହ,

ଜଳିଯାଉ କାମନାର ଜୁଇ ।

ଜନ୍ମ ପରେ ଜନ୍ମ ଯଦି ସତ୍ୟ

ଜନ୍ମେ ପୁଣି ଏଇ ମାଟି ପାଇଁ।।



Rate this content
Log in