STORYMIRROR

DILIP KUMAR SAHOO

Inspirational

4  

DILIP KUMAR SAHOO

Inspirational

ଆନମନା ହୁଅନାହିଁ

ଆନମନା ହୁଅନାହିଁ

1 min
289


   ଅନେକ ନାରୀଙ୍କ ପ୍ରଣୟ ପିଆସୀ

       ପୁରୁଷ ହୁଅନ୍ତି ମାଜି

    ପରକିଆ ପ୍ରିତି ଦୋଷ ନୁହେଁ ଆଉ

       ନିର୍ମଳ ଚରିତ୍ର ପାଞ୍ଜି

       ଡର ନାହିଁ ଆଉ ଆଜି

       ଯିଏତ ଯାହାକୁ ରାଜି

   ଖୋଲାଖୋଲି ଏବେ ଭାବନାବ କର

       ଦିନରେ ବଳିତା ତେଜି 


    ପର ପୁରୁଷ କୁ  ପିରତି କରିବା

       ଏବେ ନୁହେଁ ଆଉ ପାପ

    ସହମତିରେ ତ  ସହବାସ କରି

       କର ନାହିଁ ଅନୁତାପ

       କରିବେନି କେହି କୋପ

       କୋହଳ ଆଈନ ଚାପ

   ନାହିଁ କଟକଣା ହୁଅ ବାଟବଣା

      ଲେଖି ଲେଖି ନୂଆ ଗପ 


   ଗୋଟିଏ ନାରୀ କୁ ଗୋଟିଏ ପୁରୁଷ

      ହିସାବ କୁ ଭୁଲିଯାଇ

   ମନକୁ ମିଳେଇ ଖେଳି ପାରିଲେତ

     ବଡ ଖେଳୁଆଡ ସେହି ।

     ହେଲେ ଜାଣିରଖ ମୋର ଭାଇ

     ଲୋକ ହେଉଥିବେ କହି

 ଆଈନରେ ସିନା କୋହଳ ମିଳିଲା

      ସମାଜ ସିକୃତି କାହିଁ !


  ଅନେକଙ୍କ ସାଥେ ଦେହର ସମ୍ପର୍କ

     ଡାକିଆଣେ ଦୂରୁଯୋଗ

 ନିଜ ଅଜଣାତେ ଦେହକୁ ଗ୍ରାସଇ

      ଏମିତି ନର୍ଦ୍ଦୟ ରୋଗ

      ହୁଏ ନାହିଁ ଯାହା ଭଲ

      କରେଭାରି କଲବଲ।

  ସେଥିପାଇଁ ବନ୍ଧୁ କଲା କର୍ମ ପାଇଁ

  ଅନୁତାପ କର ,ଆନମନା ହୁଅ ନାହିଁ 

    ମାନ ଏ ଛୋଟିଆ ବୋଲ 

    ହେବନାହିଁ କଲବଲ...

      

        

   

     

       

   

      


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational